ମୁଖ୍ୟ ଖବର
ଭୁବନେଶ୍ୱର: ଦୀପାବଳି ପାଇଁ ପୁଲିସର ଚେତାବନୀ । ଦୀପାବଳିରେ ମଦ ପିଇ ଗାଡ଼ି ଚଳାଇଲେ ଚାଳକଙ୍କୁ ଅଟକ ରଖାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଖାଲି ସେତିକି ନୁହେଁ ଗାଡ଼ିକୁ ଜବତ କରି ପିସିଆର ଭ୍ୟାନ ନେଇଯିବ । ସବୁ ଥାନାରେ ପାଟ୍ରୋଲି ଭ୍ୟାନକୁ ଆଲର୍ଟ ରହିବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି । ଅନ୍ୟପକ୍ଷରେ ବେଆଇନ ବାଣ ବିକିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି ।
ଅନ୍ୟପକ୍ଷରେ ଭୁବନେଶ୍ୱରେ ରାତି ୯ଟା ପରେ ବାଣଫୁଟା ଉପରେ ପୁଲିସ କଟକଣା ଲଗାଇଛି । ଭୁବନେଶ୍ୱରେ ରାତି ୯ଟା ପରେ ବାଣଫୁଟା ବନ୍ଦ । ଏନେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା କଡ଼ା ନିଦେ୍ର୍ଧଶ ଦେଇଛନ୍ତି । ଏହାଛଡ଼ା ଉଚ୍ଚ ଶବ୍ଦ ସମ୍ପନ୍ନ ବାଣ ଫୁଟାଇଲେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗ୍ରୀନ କ୍ରାକର ଫୁଟାଇବା ପାଇଁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି ।
Comments ସମସ୍ତ ମତାମତ