ସମ୍ବଲପୁର: ଛତିଶଗଡ଼ ସରେଇପାଲି ଥାନାରେ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ । ତାଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକ ଅଛନ୍ତି । ଏହା ପୂର୍ବରୁ ନବ ଦାସଙ୍କ ମାଲିକାନାରେ ଥିବା ଏକ ହୋଟେଲରେ ପୋଲିସ ଅଚାନକ ସର୍ଚ୍ଚ କରିଥିଲା । ବିଶାଲ, ଆଇଜିଙ୍କୁ ଭେଟି ସୁରକ୍ଷା ମାଗିଥିବା ବେଳେ, ନିଜ ଭାଇଙ୍କ ସୁରକ୍ଷାକୁ ନେଇ ପୋଲିସ ଓ ପ୍ରଶାସନ ଉପରେ ବର୍ଷିଛନ୍ତି ଦୀପାଳି ଦାସ । ନବ ଦାସଙ୍କ ଝିଅ ଦୀପାଳି ଦାସ କହିଛନ୍ତି, "ଗତକାଲି ମୋ ଭାଇ ନିଜ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଥିଲା । ତାକୁ ଛତିଶଗଡ଼ ପୋଲିସ ଉଠାଇ ନେଇଛି । ରାଜ୍ୟ ସରକାରଙ୍କୁ ଅନୁରୋଧ ବିଶାଲକୁ ୧ ଘଣ୍ଟା ଭିତରେ ଛାଡନ୍ତୁ । ନଚେତ ମୋ ଭାଇର ଯଦି କିଛି ହୁଏ ସେଥିପାଇଁ ଛତିଶଗଡ଼ ପୋଲିସ, ଓଡ଼ିଶା ପୋଲିସ, ଝାରସୁଗୁଡ଼ା ଏସପି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାୟୀ ରହିବେ ।"
ଗୁରୁବାର ସନ୍ଧ୍ୟାରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ୟ୍ୟାଳୟର ଦ୍ବାରସ୍ଥ ହୋଇଥିଲେ । ଆଇଜିଙ୍କୁ ଭେଟିବା ସହ ସେ କହିଥିଲେ, "ମୋତେ ଝାରସୁଗୁଡା ପୋଲିସକୁ ଡର ଲାଗୁଛି, ମୋତେ ସୁରକ୍ଷା ଦିଆଯାଉ । ବିନା କୌଣସି ସର୍ଚ୍ଚ ଓ୍ବାରେଣ୍ଟରେ ପୋଲିସ ମୋ ପ୍ରାଇଭେଟ ପ୍ରପର୍ଟିରେ ପଶିଛି ବୋଲି । ଏହାସହ ପୋଲିସ ସହ ଆଉ ବି କେତେକ ବ୍ୟକ୍ତି ଯେଉଁମାନେ ପୋଲିସ ନୁହନ୍ତି ସେମାନଙ୍କ ସହ ପଶିକି ସର୍ଚ୍ଚ କରିଛନ୍ତି କ୍ଷ" ଏହାସହ ପୋଲିସ ସାଙ୍ଗରେ ହାଫ ପ୍ୟାଣ୍ଟ ପିନ୍ଧା ଯୁବକମାନେ କିଏ ବୋଲି ବିଶାଲ ପ୍ରଶ୍ନ କରିଥିଲେ ।
Comments ସମସ୍ତ ମତାମତ