Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅଲିମ୍ପିକ୍ସ: ଫାଇନାଲକୁ ଗଲେ ବିନେଶ ଫୋଗାଟ୍

    Share on :
    ajab-Image
    Date: Aug 7, 2024    Views: 4119

    ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବଡ଼ ସଫଳତା । ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ମହିଳା କୁସ୍ତି ଭାବେ ଫାଇନାଲକୁ ଗଲେ ବିନେଶ ଫୋଗାଟ୍ । ସେମିଫାଇନାଲ ମ୍ୟାଚରେ କ୍ୟୁବାର ପ୍ରତିଦ୍ୱନ୍ଦ୍ୱିଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି ଫୋଗାଟ୍ । ୫୦ କିଲୋଗ୍ରାମ ବର୍ଗରେ ୫-୦ରେ ବଡ଼ ବିଜୟ ହାସଲ କରିଛନ୍ତି ବିନେଶ ।
    ଏହି ବିଜୟ ପରେ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ପକ୍କା ହୋଇଛି । ପୂର୍ବରୁ କ୍ୱାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିବାଚଙ୍କୁ ୭-୫ରେ ପରାସ୍ତ କରିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାରେ ଭିନେଶ ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା । ବିଶ୍ୱ କୁସ୍ତି ଚାମ୍ପିଅନସିପରେ ସେ ଅନେକ ପଦକ ଜିତିଛନ୍ତି। ଫୋଗାଟ୍ ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ୨୦୧୯ରେ ଲରିୟସ୍ ବିଶ୍ୱ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ତେଣୁ ଚଳିତ ଅଲିମ୍ପିକ୍ସରେ ବିନେଶଙ୍କଠାରୁ ସ୍ୱର୍ଣ୍ଣ ପଦକ ଆଶା ରଖିଛି ଦେଶ ।

    Maximum 500 characters

    ଖେଳ ଖବର View all

    Find Us on Facebook