Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅରବିନ୍ଦ ମହାପାତ୍ରଙ୍କୁ ଭେଟିଲେ ଦିଲୀପ ରାୟ

    Share on :
    ajab-Image
    Date: Mar 4, 2026    Views: 2415

    ଭୁବନେଶ୍ବର: ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଭେଟିଲେ ରାଜ୍ୟସଭା ପାଇଁ ପ୍ରାର୍ଥୀ ହେବାକୁ ଯାଉଥିବା ବରିଷ୍ଠ ରାଜନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ। ଆସନ୍ତାକାଲି ନାମାଙ୍କନ ଭରିବେ ଦିଲୀପ ରାୟ।

     ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନ ଲଢିବେ। ଆସନ୍ତା ୫ତାରିଖରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ  କରିବେ ବୋଲି ଜଣାପଡିଛି ।  ତେବେ ଦିଲ୍ଲୀପଙ୍କ ସ୍ବାଧୀନ ପ୍ରାର୍ଥୀତ୍ବକୁ ସମର୍ଥନ କରିବ ବିଜେପି। ଏ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଦିଲ୍ଲୀପ ରାୟ ନିଶ୍ଚୟ ଜିତିବେ ବୋଲି ମନମୋହନ କହିଛନ୍ତି।

    ଏହାପୂର୍ବରୁ ବିଜୁ ଜନତା ଦଳ ସଂତୃପ୍ତ ମିଶ୍ର ଏବଂ ଡ. ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି । ୪ର୍ଥ ପ୍ରାର୍ଥୀ ଭାବେ ଦତ୍ତେଶ୍ବରଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଡ. ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସ ପକ୍ଷରୁ ସମର୍ଥନ ଦିଆଯାଇଛି । ଫଳରେ ୪ର୍ଥ ଆସନ ପାଇଁ ଡ.ଦତ୍ତେଶ୍ବର ହୋତା ଓ ଦିଲ୍ଲୀପ ରାୟଙ୍କ ମଧ୍ୟରେ ଟକ୍କର ହେବ।

    ୨୦୦୨ରେ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେତେବେଳେ ବିଜେଡିର ବିରୋଧ ସତ୍ତ୍ୱେ କ୍ରସ ଭୋଟିଂରେ ବାଜି ମାରିଥିଲେ ଦିଲ୍ଲୀପ । ତେଣୁ ଦିଲ୍ଲୀପ ରାୟଙ୍କ ଏଣ୍ଟ୍ରି ରାଜ୍ୟସଭା ଭୋଟ ଗଣିତ ବଡ଼ ରୋଚକ କରିବ ବୋଲି ଆଲୋଚନା ହେଉଛି। ଦିଲ୍ଲୀପ ୩ ଥର ବିଧାୟକ ଓ ୨ ଥର ରାଜ୍ୟସଭା ସାଂସଦ ହେବା ସହ ମନ୍ତ୍ରୀ ମଧ୍ୟ  ହୋଇଛନ୍ତି।  

    Maximum 500 characters

    ତାଜା ଖବର View all

    Find Us on Facebook