ଭୁବନେଶ୍ୱର : ନିକଟରେ କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଦିଲୀପ ରାୟ । ହାଇକୋର୍ଟ ଜେଲ ଦଣ୍ଡରେ ବି ଦଣ୍ଡିତ କରିଥିଲେ । କିନ୍ତୁ ପରେ ଏହି ରାୟକୁ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ । ତେବେ ଏଭଳି କାହିଁକି ହୋଇଥିଲା ? ଦିଲୀପ ରାୟଙ୍କ ପୁରୁଣା କାହିଁକି ଖୋଲିଥିଲା । ଦିଲୀପଙ୍କ ଜନ୍ମଦିନ ଅବକାଶରେ ଏନେଇ ତଥ୍ୟ ରଖିଛନ୍ତି ତାଙ୍କର ରାଜନୈତିକ ସଚିବ ଦୁର୍ଗା ପ୍ରସାଦ ମହାନ୍ତି ।
ଦିଲୀପଙ୍କ ରାଜନୈତିକ ସଚିବଙ୍କ ଆଲେଖ୍ୟ ଅନୁଯାୟୀ, ରାଉରକେଲାର ବିକାଶ ପାଇଁ ଦିଲୀପ ଯେଉଁ ଦାବି କରି ଆସୁଥିଲେ ତାହା ପୂରଣ ହୋଇନଥିଲା । ତେଣୁ ସେ ପ୍ରଥମେ ବିଜେପିର ବିକାଶ ଉତ୍ସବକୁ ବର୍ଜନ କରିବା ସହ ଦଳ ବି ଛାଡ଼ିଥିଲେ । ପରେ ସେ ନବୀନ ନିବାସ ଯାଇଥିଲେ । ୨୦୧୯ ନିର୍ବାଚନ ବେଳେ ସେ ବିଦେଶ ଯିବା ପୂର୍ବରୁ ନିଜ ସମର୍ଥକମାନଙ୍କୁ ରାଉରକେଲାସ୍ଥିତ ‘କଲ୍ୟାଣୀ’କୁ ଡକାଇ ଆଲୋଚନା କରିଥିଲେ । ରାଉରକେଲା ବିକାଶରେ ବାଧା ଦେଉଥିବା ଦଳକୁ ଭୋଟ ନଦେବା ପାଇଁ ପରାମର୍ଶ ଦେଇଥିଲେ । ଯାହାକି କିଛି ଲୋକଙ୍କ ହଜମ ହୋଇନଥିଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ତାଙ୍କର କହିବାନୁଯାୟୀ, ଦିଲୀପ ରାୟଙ୍କୁ ହରଡ଼ଘଣାରେ ପକାଇବା ପାଇଁ ୧୯୯୮ ମସିହାର ପୁରୁଣା ଫାଇଲ ଖୋଲାଯାଇଥିଲା । ଝାରଖଣ୍ଡର ଜଣେ ବିଜେପି ସାଂସଦ ଏମକେ ଅଗ୍ରୱାଲା କୋଇଲା ଖଣିର ପୁନରୁଦ୍ଧାର ପାଇଁ ଆବେଦନ କରିଥିଲେ । ଏସଂକ୍ରାନ୍ତୀୟ କାଗଜପତ୍ର ଉପରେ ଦିଲୀପ କେବଳ ପୁନଃ ପରୀକ୍ଷା କରାଯାଉ ବୋଲି ଲେଖିଥିଲେ । କିନ୍ତୁ ଚକ୍ରାନ୍ତ କରାଯାଇ ୨୦ ବର୍ଷର ଫାଇଲକୁ ସିବିଆଇକୁ ଧରାଇ ଦେଇ ଫସାଇବା ପାଇଁ ଉଦ୍ୟମ କରାଯାଇଥିଲା । ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କଲେ । କିନ୍ତୁ ଏବେ ଦିଲ୍ଲୀ ହାଇକୋର୍ଟ ସିବିଆଇ କୋର୍ଟର ରାୟଙ୍କୁ ଅଗ୍ରାହ୍ୟ କରିଦେଇଛନ୍ତି ।
Comments ସମସ୍ତ ମତାମତ