Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଗରିବ ଓ ଜନଜାତିଙ୍କ ନେତୃତ୍ୱକୁ କଂଗ୍ରେସ ସହ୍ୟ କରିପାରୁନାହିଁ : ଧର୍ମେନ୍ଦ୍ର

    Share on :
    ajab-Image
    Date: Nov 12, 2026    Views: 2384

    ଅନୁଗୋଳ: ଗରିବ ଓ ଜନଜାତିଙ୍କ ନେତୃତ୍ୱକୁ କଂଗ୍ରେସ ସହ୍ୟ କରିପାରୁନାହିଁ ବୋଲି ବୁଧବାର ଅନୁଗୋଳ ଠାରେ "ଲୋକତନ୍ତ୍ର ବଞ୍ଚାଓ - ଅରାଜକତା ହଟାଓ" ପଦଯାତ୍ରାରେ ସାମିଲ ହେବା ସହ ଏକ ସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଏହି ପଦଯାତ୍ରାରେ ବିରୋଧୀ କଂଗ୍ରେସ ଦଳର ଅରାଜକତା,ଭ୍ରଷ୍ଟାଚାର,ଗଣତନ୍ତ୍ର ବିରୋଧୀ ରୂପ ଏବଂ ଦେଶର ବିକାଶ ବିରୋଧୀ ମାନସିକତା ଉପରେ ସେ କଡ଼ା ପ୍ରହାର କରିଛନ୍ତି।ଦେଶବାସୀ କଂଗ୍ରେସର ଅରାଜକତା ଓ ତୁଷ୍ଟୀକରଣ ରାଜନୀତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି।ବାରମ୍ବାର ନିର୍ବାଚନରେ ହାରିବା ପରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଆଜି ଗଣତନ୍ତ୍ର, ନିର୍ବାଚନ ଆୟୋଗ ଏବଂ ସମ୍ବିଧାନ ବିରୋଧରେ ଅପପ୍ରଚାର କରୁଛନ୍ତି,ଯାହା ତାଙ୍କ ହତାଶାଭାବର ପ୍ରତିଫଳନ।ଶ୍ରୀ ପ୍ରଧାନ କହିଛନ୍ତି ଯେ,ଓଡ଼ିଶାରେ ୧୯୯୮ ମସିହାରୁ ଲଗାତାର ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସକୁ ଲୋକେ ବାରମ୍ବାର ପ୍ରତ୍ୟାଖ୍ୟାନ୍ କରିଆସିଛନ୍ତି।ଓଡ଼ିଶା ସମେତ ଗୁଜରାଟ,ମହାରାଷ୍ଟ୍ର,ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ, ଛତିଶଗଡ଼,ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରୁ କଂଗ୍ରେସ ଆଜି ସମ୍ପୂର୍ଣ୍ଣ ଚିହ୍ନବର୍ଣ୍ଣହୀନ ହୋଇପଡ଼ିଛି।ଗଣତନ୍ତ୍ରର ବାସ୍ତବ ଶକ୍ତି ଯୋଗୁଁ ଆଜି ଓଡ଼ିଶାର ଜଣେ ଆଦିବାସୀ ଘରର ଝିଅ ମାନ୍ୟବର ଦ୍ରୌପଦୀ ମୁର୍ମୁ ଜୀ ଦେଶର ରାଷ୍ଟ୍ରପତି ହୋଇପାରିଛନ୍ତି ଏବଂ ଜଣେ ସାଧାରଣ ଚା'-ବିକାଳିଙ୍କ ପୁଅ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। କିନ୍ତୁ କଂଗ୍ରେସର ଶୀର୍ଷ ନେତୃତ୍ୱ ଓ ଗାନ୍ଧୀ ପରିବାର ଏହି ଗରିବ ଓ ଜନଜାତି ନେତୃତ୍ୱକୁ ସହଜରେ ଗ୍ରହଣ କରିପାରୁନାହାନ୍ତି।ବାରମ୍ବାର ନିର୍ବାଚନରେ ହାରିବା ପରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ନେତାମାନେ ଗଣତନ୍ତ୍ର, ସମ୍ବିଧାନ,ନିର୍ବାଚନ ଆୟୋଗ ଏବଂ ଜନମତ ବିରୋଧରେ ଅପପ୍ରଚାର କରୁଛନ୍ତି।ଦୀର୍ଘ ଶାସନ କାଳରେ ସେବା ନକରି କେବଳ ନିଜ ପରିବାରର ଜାଗିର ଭାବୁଥିବା ନେତାମାନଙ୍କୁ ଆଜି ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି।ସୋନିଆ ଗାନ୍ଧୀଙ୍କ ବହି ଓ ଅତୀତର ମନ୍ତବ୍ୟକୁ ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ,ବାବରୀ ମସଜିଦ୍‌କୁ ନେଇ କଂଗ୍ରେସର କାନ୍ଦଣା ଓ ବଟଲା ହାଉସ୍ ଏନକାଉଣ୍ଟର ପ୍ରସଙ୍ଗରେ ଆତଙ୍କବାଦୀଙ୍କ ପାଇଁ ସମବେଦନା ସେମାନଙ୍କର ତୁଷ୍ଟୀକରଣ ମାନସିକତାକୁ ପଦାରେ ପକାଇଛି।ଦେଶର ସେନା,ପୋଲିସ ଓ ପାରାମିଲିଟାରୀର ବଳିଦାନ ଏବଂ ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଇବା କଂଗ୍ରେସର ଦେଶବିରୋଧୀ ଚେହେରାକୁ ଦର୍ଶାଉଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ 'ଡବଲ୍ ଇଞ୍ଜିନ୍ ସରକାର' ଓଡ଼ିଶାରେ ବିକାଶର ନୂଆ ଯୁଗ ଆରମ୍ଭ କରିଛି।ରାଜ୍ୟରେ ୫ ଲକ୍ଷରୁ ଅଧିକ ନୂଆ ଭତ୍ତା ବଣ୍ଟନ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସଡ଼କ ନିର୍ମାଣ ଓ ଗ୍ରାମୀଣ ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି।ଏହି ପଦଯାତ୍ରା ଓ ସଭାରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି,ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ,ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି,ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରାଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ନେତୃବୃନ୍ଦ ଓ ଶହ ଶହ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ଶ୍ରୀ ପ୍ରଧାନ ଏହି ଅରାଜକତା ଓ ହୀନ ମାନସିକତା ବିରୋଧରେ ଗାଁ ଗାଁରେ ଜନଜାଗରଣ ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook