Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    .ଶିକ୍ଷାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲେ ଧର୍ମେନ୍ଦ୍ର

    Share on :
    ajab-Image
    Date: Jul 26, 2026    Views: 2464

    ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା  ମନ୍ତ୍ରୀ ପଦରୁ ଇସ୍ତଫା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ  ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କିନ୍ତୁ  ସେ ସବୁବେଳେ ନିଜ କାମ ପ୍ରତି ନିଷ୍ଠା ପାଇଁ  ପରିଚିତ । ପଦପଦବୀ ଅପେକ୍ଷା ଦେଶ ଓ  ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ, ଓ ଯୁବ ସମାଜର କଲ୍ୟାଣକୁ  ସବୁଠୁ ଅଧିକ ପ୍ରାଥମିକତା ଦେଇଛନ୍ତି  । କେନ୍ଦ୍ର  ମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇ ସେ ତାଙ୍କର  ରାଜନୈତିକ ପରିପକ୍ୱତା, ଉଚ୍ଚ ଆଦର୍ଶ ଓ  ସମର୍ପଣ ଭାବର ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ।  

    ଶ୍ରୀ ପ୍ରଧାନଙ୍କ ଶିକ୍ଷା ମନ୍ତ୍ରୀ କାର୍ଯ୍ୟକାଳରେ  ଦେଶର ଶିକ୍ଷା ବ୍ୟବସ୍ଥାରେ ଅନେକ ଯୁଗାନ୍ତକାରୀ  ପରିବର୍ତ୍ତନ ଆସିଛି । ୩୪ ବର୍ଷ ପରେ ଆସିଥିବା  ନୂଆ ଜାତୀୟ ଶିକ୍ଷା ନୀତିକୁ ସେ ୫+୩+୩+୪  ଶିକ୍ଷା ଢାଞ୍ଚାରେ ଦେଶରେ କାର୍ଯ୍ୟକାରୀ  କରିଥିଲେ । ଦେଶର ୧୪,୫୦୦ରୁ ଅଧିକ  ସ୍କୁଲକୁ ଆଦର୍ଶ ବିଦ୍ୟାଳୟ ଭାବେ ବିକଶିତ  କରିବାକୁ ପ୍ରୟାସ କରିଥିଲେ ।    
    ଜେଇଇ, ନିଟ୍‌ ଓ ସିୟୁଇଟି ଭଳି  ସବୁ ଜାତୀୟ ପ୍ରବେଶିକା ପରୀକ୍ଷାକୁ ଓଡ଼ିଆ  ସମେତ ୧୩ଟି ଭାଷାରେ କରାଗଲା । ପ୍ରଥମ ଓ  ଦ୍ୱିତୀୟ ଶ୍ରେଣୀ ପାଇଁ ସବୁ ଭାରତୀୟ ଭାଷାରେ  ଡିଜିଟାଲ୍‌ ପାଠ୍ୟପୁସ୍ତକ ଉପଲବ୍ଧ ହେଲା ।  ପ୍ରାୟ  ୧୩୮,୮୦୨ ରୁ ଅଧିକ ସ୍କୁଲରେ ଆଇସିଟି ଓ  ସ୍ମାର୍ଟ କ୍ଲାସରୁମ୍‌ ବ୍ୟବସ୍ଥା ହୋଇଛି । ୮୦,୧୦୫ରୁ  ଅଧିକ ସ୍କୁଲର ଭିତ୍ତିଭୂମି ସୁଦୃଢ଼ ହୋଇଛି । ତାଙ୍କ କାର୍ଯ୍ୟକାଳରେ ଦଶମ ଶ୍ରେଣୀ ପାସ୍‌ ହାର ୫୮%  ରୁ ବୃଦ୍ଧି ପାଇ ୯୫.୫% ରେ ପହଞ୍ଚିଥିଲା ।  

    ତାଙ୍କ ପ୍ରୟାସରେ ଦେଶରେ ୭୬ରୁ ଅଧିକ  ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହୋଇଥିଲା ।  ଗ୍ଲୋବାଲ ଇନାଭେସନ ଇଣ୍ଡେକ୍ସରେ ଦେଶର  ସ୍ଥାନ ୮୧ତମ ସ୍ଥାନରୁ ୩୮ତମ ସ୍ଥାନକୁ ଉଠିଲା । ଆଇଆଇଟି ସଂଖ୍ୟା ବଢ଼ି ୧୬ରୁ ୨୩ ହୋଇଛି ।  ଆଗରୁ ୧୩ଟି ଆଇଆଇଏମ ଥିବାବେଳେ ଏହା  ୨୧କୁ ବଢ଼ିଛି । ଏମସ୍‌ ସଂଖ୍ୟା ୭ରୁ ବଢ଼ି ୨୦ ଓ  ବିଶ୍ୱବିିଦ୍ୟାଳୟ ସଂଖ୍ୟା ୭୨୩ରୁ ବଢ଼ି ୧୨୧୩ରେ  ପହଞ୍ଚିଛି ।  

    ୪୦୧ କୋଟି ଖର୍ଚ୍ଚରେ ଆଇଆଇଏମ  ସମ୍ବଲପୁରର ନୂଆ କ୍ୟାମ୍ପସ ପ୍ରତିଷ୍ଠା ହୋଇଛି ।  କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ୬୦୦ କୋଟି ଟଙ୍କାର  ଅନୁଦାନ ମିଳିଛି । ଆଇଆଇଟି ଭୁବନେଶ୍ୱର ପାଇଁ  ୪୦୪ କୋଟି ଟଙ୍କା ଅନୁଦାନ ମିଳିଛି । କେନ୍ଦ୍ରୀୟ  ସଂସ୍କୃତ ବିଶ୍ୱବିଦ୍ୟାଳୟ ପାଇଁ ୧୦୧ କୋଟି ଟଙ୍କା  ଦିଆଯାଇଛି । ଏନଆଇଟି ରାଉରକେଲାକୁ  ୩୦୦ କୋଟି ଟଙ୍କା ମିଳିଛି । ୧୨୩୦ କୋଟି  ଟଙ୍କା ବ୍ୟୟରେ ବ୍ରହ୍ମପୁରରେ ଆଇଜରର ସ୍ଥାୟୀ  କ୍ୟାମ୍ପସ ଖୋଲିଛି ।  

    ପିଏମ-ଉଷା ଯୋଜନାରେ ସମ୍ବଲପୁର  ବିଶ୍ୱବିଦ୍ୟାଳୟକୁ ୧୦୦ କୋଟି ଓ ଗଙ୍ଗାଧର  ମେହେର ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ମୁକ୍ତ  ବିଶ୍ୱବିଦ୍ୟାଳୟକୁ ୨୦ କୋଟି ଲେଖାଏଁ ଅନୁଦାନ  ଦିଆଯାଇଛି । ୧୦୦ କୋଟି ଖର୍ଚ୍ଚରେ କେନ୍ଦ୍ରୀୟ  ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଦାଶିବ କ୍ୟାମ୍ପସ,  ପୁରୀର ଭିତ୍ତିଭୂମି ବିକାଶ ହାଇଛି । ୧୬ କାଟି  ବ୍ୟୟରେ କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନର  ଭୁବନେଶ୍ୱର ସ୍ଥିତ ପୂର୍ବାଞ୍ଚଳ ଆଞ୍ଚଳିକ ଭାଷା  କେନ୍ଦ୍ରର ବିକାଶ ହୋଇଛି ।    

    ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ଓ ଭବିଷ୍ୟତ  ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରୟାସରେ  ରାଜ୍ୟରେ ଜାତୀୟ ସ୍ତରର ଅନେକ ଖ୍ୟାତନାମା  ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ଖୋଲିଛି ।  ସ୍କିଲ  ଇଣ୍ଡିଆ ମିଶନ ଅଧୀନରେ ୨.୫ କୋଟିରୁ ଅଧିକ  ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଭୁବନେଶ୍ୱରରେ  ରିସର୍ଚ୍ଚ ପାର୍କ ଓ ଆଇଆଇଏମ ସମ୍ବଲପୁରରେ  ୧୦୦ କ୍ୟୁବ୍‌ ଷ୍ଟାର୍ଟଅପ୍‌ ଓ ରଙ୍ଗବତୀ ରିସର୍ଚ୍ଚ ସେଣ୍ଟର ସହ ସୁବିଧା ହୋଇଛି । ନାଇଜର  ଭୁବନେଶ୍ୱରରେ ୬୫୦ କୋଟି ବ୍ୟୟରେ ହୋମି  ଭାବା କ୍ୟାନ୍‌ସର ହସ୍ପିଟାଲ୍‌ ଆଣ୍ଡ ରିସର୍ଚ୍ଚ ସେଣ୍ଟର  ସୁବିଧା କରାଯାଇଛି । ଆଇସି-ଆଇସିଟି ସ୍କିଲ  ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ, ଜଟଣୀରେ  ଏନଏସଟିଆଇ, ଅନୁଗୁଳ, ଢେଙ୍କାନାଳ,  ସମ୍ବଲପୁର ଓ ଦେବଗଡ଼ ଓ ଭଦ୍ରକ ଜିଲ୍ଲାରେ  ସ୍କିଲ ଇଣ୍ଡିଆ ସେଣ୍ଟର ପ୍ରତିଷ୍ଠା ହୋଇଛି ।  ସମ୍ବଲପୁରରେ ସିଆଇଆଇ ନ୍ୟାସନାଲ କୌଶଳ  କେନ୍ଦ୍ର ଉଦଘାଟିତ ହୋଇଛି । ଓଡ଼ିଶାରେ ଉଦ୍ୟମିତାର ବିକାଶ ପାଇଁ  ଓଡ଼ିଶା ଏଣ୍ଟ୍ରପ୍ରିନରସ ଡେଭଲପମେଣ୍ଟ  ଫୋରମ୍‌ ଓ ସିଆଇଆଇ ସେଲ୍‌ ମାଇକ୍ରୋ ଓ  ସ୍ମଲ ଏଣ୍ଟ୍ରପ୍ରିନରସ ପ୍ରକଳ୍ପ ଆରମ୍ଭ ହୋଇଛି ।  ଓଡ଼ିଶାରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ୨.୪  ଲକ୍ଷ କୋଟିର ନିବେଶ ହୋଇଛି ।  

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook