Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେପି ବିଜୟ ସଫଳତା ପଛରେ ଧର୍ମେନ୍ଦ୍ର

    Share on :
    ajab-Image
    Date: May 5, 2026    Views: 2184

    କଲକାତା : ପଶ୍ଚିମବଙ୍ଗ ନିର୍ବାଚନର ନିର୍ବାଚନ ପରିଚାଳନା କ୍ଷେତ୍ରରେ ଅମିତ ଶାହାଙ୍କ ୫ ଜଣିଆ ଟିମ୍‌ରେ ଥିଲେ ଅନ୍ୟତମ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପି ବିଜୟ ସଫଳତା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ନେତୃତ୍ୱଙ୍କ କାର୍ଯ୍ୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚାରୁରୂପେ ପରିଚାଳନା କରି ଦଳର ବିଜୟ ପଥ ପରିଷ୍କାର କରିଥିବା ଚର୍ଚ୍ଚା ବଢିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଦଳ ପଶ୍ଚିମବଙ୍ଗର ୫ଟି ପ୍ରମୁଖ ଜିଲ୍ଲା ଝାଡ଼ଗ୍ରାମ, ପୂର୍ବ-ମେଦିନପୁର, ପଶ୍ଚିମ ମେଦିନୀପୁର, ତାମଲୁକ, ଘାଟାଲ ସହ ୫ଟି ଲୋକସଭା ନିର୍ବାଚନମଣ୍ଡଳୀ କାନ୍ଥି, ଝାଡଗ୍ରାମ, ମେଦିନୀପୁର, ତାମଲୁକ ଓ ଘାଟାଲ ଏବଂ ୩୫ଟି ବିଧାନସଭା ଆସନ ସମେତ ରାଜ୍ୟର ଅନେକ ନିର୍ବାଚନମଣ୍ଡଳୀର ସାଂଗଠନିକ ଦାୟିତ୍ୱ ଦିଆଯାଇଥିଲା। ସେ ଯେଉଁ ସବୁ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଓ ସାଂଗଠନିକ ଦାୟିତ୍ୱ ସମ୍ଭାଳିଥିଲେ, ପାଖାପାଖି ୩୩ଟି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ତୃଣମୂଳ ସ୍ଥିତି ସମୀକ୍ଷା, ନିର୍ବାଚନ ପରିଚାଳନା ସହ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମନୋବଳ ବୃଦ୍ଧି କରିଥିଲେ ।
    ବିଶେଷ କରି ତୃଣମୂଳ କଂଗ୍ରେସର ଗଡ଼ କୁହାଯାଉଥିବା ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ, ତାଙ୍କ ଭାଇ ଦୀବେନ୍ଦୁ ଅଧିକାରୀ ଏବଂ ବିଜେପିର ତତ୍କାଳୀନ ରାଜ୍ୟ ସଭାପତି ତଥା ମେଦିନୀପୁରର ପୂର୍ବତନ ସାଂସଦ ଦିଲ୍ଲୀପ ଘୋଷଙ୍କ ପରି ପ୍ରମୁଖ ନେତାଙ୍କ ନିର୍ବାଚନୀ କାର୍ଯ୍ୟକ୍ରମକୁ ନିଜେ ପରିଚାଳନା କରୁଥିଲେ।
    ନେତାମାନଙ୍କ ମଧ୍ୟରେ ସାଂଗଠନିକ ସମନ୍ୱୟ ରକ୍ଷା କରିବା, ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଥିବା ମତାନ୍ତରକୁ ଦୂର କରିବା ଏବଂ ବିରୋଧୀ ଟିଏମସି ଆକ୍ରମଣର ଜବାବ ଦେବା ପାଇଁ ଶ୍ରୀ ପ୍ରଧାନଙ୍କ ସକ୍ରିୟତା ଥିଲା। ନିର୍ବାଚନର ସବୁଠାରୁ ହାଇ-ପ୍ରୋଫାଇଲ୍ ସିଟ୍ ‘ନନ୍ଦିଗ୍ରାମ’ ଉପରେ ଧର୍ମେନ୍ଦ୍ର ପ୍ରଧାନଙ୍କର ସମ୍ପୂର୍ଣ୍ଣ ଫୋକସ୍ ରହିଥିଲା। ପ୍ରାର୍ଥୀପତ୍ର ଦାଖଲ ସମୟରୁ ହିଁ ସେ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ପ୍ରଚାର କରିଥିଲେ । ନନ୍ଦିଗ୍ରାମରେ ଭୋଟ୍ ଗ୍ରହଣ ସମାପ୍ତ ହେବା ପର୍ଯ୍ୟନ୍ତ ସମସ୍ତ ଗୁରୁଦାୟିତ୍ୱ ସେ ନିଜେ ସମ୍ଭାଳିଥିଲେ, ଯାହାର ଆଜି ଫଳାଫଳ ବିଜେପିର ବିଜୟକୁ ଦର୍ଶାଉଛି। ପଶ୍ଚିମବଙ୍ଗରେ ବସବାସ କରୁଥିବା ପ୍ରାୟ ୧୦ ଲକ୍ଷରୁ ଅଧିକ ଓଡ଼ିଆ ଭୋଟରଙ୍କୁ ବିଜେପି ସହ ଯୋଡ଼ିବା ପାଇଁ ଧର୍ମେନ୍ଦ୍ର ଏକ ସ୍ୱତନ୍ତ୍ର ଓ ବୃହତ ରଣନୀତି ପ୍ରସ୍ତୁତ କରିଥିଲେ। ଏହି ବିଶାଳ ଭୋଟ୍ ବ୍ୟାଙ୍କକୁ ଆକୃଷ୍ଟ କରିବା ପାଇଁ ସେ ଓଡ଼ିଶାରୁ ଅନେକ ମନ୍ତ୍ରୀ, ବିଧାୟକ ଏବଂ ପ୍ରମୁଖ ସାଂଗଠନିକ କାର୍ଯ୍ୟକର୍ତ୍ତାମାନଙ୍କୁ ପଶ୍ଚିମବଙ୍ଗ ଆଣି ପ୍ରଚାର କରିଥିଲେ। ବୁଥ କମିଟି, ଜିଲ୍ଲା କମିଟି, ରାଜ୍ୟ କମିଟିର ସଦସ୍ୟ ମାନଙ୍କ କାର୍ଯ୍ୟକୁ ନିୟମିତ ତଦାରଖ କରାଯାଇଥିଲା। ଯୁବ, ମହିଳା, କୃଷକ, ଏସସି, ଓବିସି ସହିତ ଅନ୍ୟାନ୍ୟ ମୋର୍ଚ୍ଚା ସହ କ୍ରମାଗତ ଭାବରେ ଆଲୋଚନା କରିବା ସହ ସେମାନଙ୍କ ମତକୁ ଗୁରୁତ୍ୱ ଦେଇ ସେ ଦିଗରେ କାର୍ଯ୍ୟ କରିବା ପାଇଁ ଚର୍ଚ୍ଚା କରୁଥିଲେ। ବଙ୍ଗଳାର ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ତାଙ୍କର ଏହି ସକରାତ୍ମକ ଆଲୋଚନା ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥିଲା।
    ଗତଥର ଶୁଭେନ୍ଦୁ ଅଧିକାରୀ ୧,୦୯,୬୭୩ ଭୋଟ୍ ପାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୧୭୩୬ ଭୋଟରେ ପରାସ୍ତ କରିଥିଲେ। ପୂର୍ବରୁ ଶ୍ରୀ ପ୍ରଧାନ କର୍ଣ୍ଣାଟକରେ ପର୍ଯ୍ୟବେକ୍ଷକ ସହ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତ୍ରିପୁରା, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ମଧ୍ୟପ୍ରଦେଶ, ହରିୟାଣା ଏବଂ ବିହାର ପରି ରାଜ୍ୟରେ ପ୍ରଭାରୀ ଦାୟିତ୍ୱ ନେଇ ବିଜେପିକୁ ସଫଳତା ଦେଇଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook