Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସାଂସଦମାନଙ୍କୁ ନବୀନଙ୍କ ଚିଠି ନେଇ ଏଭଳି କହିଲେ ଧର୍ମେନ୍ଦ୍ର

    Share on :
    ajab-Image
    Date: Apr 17, 2026    Views: 2952

    ଓଡ଼ିଶାର ବିରୋଧୀ ଦଳ ନେତା Naveen Patnaik  ବାବୁ, ଆପଣ ଗତକାଲି ରାଜ୍ୟର ସାଂସଦମାନଙ୍କୁ ପତ୍ର ଲେଖି ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌କୁ ନେଇ ଯେଉଁ ଆଶଙ୍କା ପ୍ରକଟ କରିଛନ୍ତି, ତାହା କେବଳ ଭୟ ସୃଷ୍ଟି କଲା ଭଳି ମନେହେଉଛି । ଆପଣଙ୍କ ଭଳି ଜଣେ ଅଭିଜ୍ଞ ରାଜନେତାଙ୍କ ପାଖରୁ ଏଭଳି ପ୍ରତିକ୍ରିୟା ଶୋଭା ପାଉନାହିଁ ।  

    ଏହି ବିଲ୍ ପାରିତ ହେଲେ ଓଡ଼ିଶାର ରାଜନୈତିକ ଏବଂ ଅର୍ଥନୈତିକ ସ୍ୱାର୍ଥ କ୍ଷୁର୍ଣ୍ଣ ହେବ ବୋଲି ଯେଉଁ ଦାବି କରାଯାଉଛି, ତାହା ସମ୍ପୂର୍ଣ୍ଣ ଭାବେ ଭ୍ରମାତ୍ମକ । ଭାରତର ସମ୍ବିଧାନ ଏବଂ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi  ଏବଂ ଗୃହମନ୍ତ୍ରୀ ଶ୍ରୀ Amit Shah  ଙ୍କ ଉପରେ ବିଶ୍ୱାସ ରଖିବା ଉଚିତ୍ । ଦେଶର କୌଣସି ରାଜ୍ୟର ଅଧିକାରକୁ କ୍ଷୁର୍ଣ୍ଣ କରାଯିବ ନାହିଁ ବୋଲି ଗୃହମନ୍ତ୍ରୀ ସଂସଦରେ ସ୍ପଷ୍ଟ ଭାବେ କହିଛନ୍ତି ଏବଂ ଓଡ଼ିଶାର ହକ୍ ଏଥିରୁ ବାଦ୍ ପଡ଼ିବ ନାହିଁ । 

    ନୂତନ ସୀମା ନିର୍ଦ୍ଧାରଣ ବା 'ଡି-ଲିମିଟେସନ' ପ୍ରକ୍ରିୟା ପରେ ଲୋକସଭାରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୯% ରୁ ହ୍ରାସ ପାଇ ୩.୪% ହୋଇଯିବ ବୋଲି ଆପଣ ଚିଠିରେ ଯେଉଁ ତଥ୍ୟ ରଖିଛନ୍ତି, ସେଥିରେ କୌଣସି ସତ୍ୟତା ନାହିଁ । ଓଡ଼ିଶାର ପ୍ରତିନିଧିତ୍ୱ ବଢିବା ନିଶ୍ଚିତ, କମିଯିବାର କୌଣସି ପ୍ରଶ୍ନ ଉଠୁନାହିଁ । ଏଭଳି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଇ ରାଜ୍ୟର ଜନସାଧାରଣଙ୍କୁ ଭୟଭୀତ କରିବା ଉଚିତ୍ ହେଉନାହିଁ । ସମୟ ଆସିଲେ ସବୁକିଛି ସ୍ପଷ୍ଟ ହୋଇଯିବ, କେବଳ ଧୈର୍ଯ୍ୟର ସହ ଅପେକ୍ଷା କରିବା ଆବଶ୍ୟକ । 

    ଆପଣ ଏବଂ ଆପଣଙ୍କ ଦଳ 'ନାରୀ ଶକ୍ତି ବନ୍ଦନ ଅଧିନିୟମ'କୁ ସମର୍ଥନ କରିଛନ୍ତି, ଯାହା ସ୍ୱାଗତଯୋଗ୍ୟ, ମାତ୍ର ଏହାକୁ ଖୋଲା ହୃଦୟରେ ଆମେ ସମସ୍ତେ ସମର୍ଥନ କରିବା ଉଚିତ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଓଡ଼ିଶା ସବୁବେଳେ ଅଗ୍ରାଧିକାରରେ ରହିଆସିଛି । ଏହି ସଂଶୋଧନ ବିଲ୍ କେବଳ ଓଡ଼ିଶା ପାଇଁ ନୁହେଁ, ବରଂ ସମଗ୍ର ଭାରତବର୍ଷର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ । 

    ଏହି ପ୍ରସଙ୍ଗକୁ ବିବାଦର ରୂପ ନଦେଇ, ଦେଶର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେବା ଆବଶ୍ୟକ । ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରି ରାଜନୈତିକ ଫାଇଦା ଅପେକ୍ଷା ଦେଶର ସ୍ୱାର୍ଥକୁ ଆମେ ସମସ୍ତେ ପ୍ରାଥମିକତା ଦେବା ଉଚିତ୍ ବୋଲି ମୁଁ ମନେକରୁଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook