ଭୁବନେଶ୍ୱର: ନିଜ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ପୁଣି ଥରେ ନିନ୍ଦା କରିଛନ୍ତି । ଏଥିସହ ପୁଲିସକୁ ସହଯୋଗ ସହ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ।
ସେ କହିଛନ୍ତି ଯେ ବିଜେଡି ଯୁବ ସଭାପତି ଓ କିଛି ଲୋକ ମାରିବାକୁ ଧମକ ଦେଲେ । ବବି ଦାସ ପଠାଇଛନ୍ତି, ବିଜେପିୁ କାହାକୁ ଯାଜପୁରରେ ପୂରାଇ ଦେବୁନି ବୋଲି କହିଲେ । ଏଭଳି ଘଟଣାକୁ ବିଧାୟକ ହିସାବରେ ମୁଁ ଦୃଢ ନିନ୍ଦା କରୁଛି । ସମସ୍ତେ ନିଶ୍ଚିତ ଗିରଫ ହେବେ । ଯେଉଁମାନେ ଦୋଷୀ ସେମାନେ ଗିରଫ ହୁଅନ୍ତୁ । କିନ୍ତୁ ବିଜେଡି ସରକାର ଭଳି ଯେଉଁମାନେ ନିଦେ୍ର୍ଧାଷ ସେମାନ ଗିରଫ ନହୁଅନ୍ତୁ । ବିଜେଡିର ଗୁଣ୍ଡାରାଜରେ ଯାଜପୁରବାସୀ ଭୟଭୀତ ବୋଲି ହିମାଂଶୁ ସାହୁ କହିଛନ୍ତି ।
ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ହୋଇଛି । ବୁଧବାର ସଂଧ୍ୟାରେ ସଦର ଥାନା ବୁଢ଼ାଘାଟ ନିକଟରେ ଧାରଣାସ୍ଥଳରେ ସଂଘବଦ୍ଧ ଭାବେ ଦୁର୍ବୃତ୍ତମାନେ ବିଧାୟକ ହିଂମାଶୁଙ୍କ ଗାଡି ଭଙ୍ଗାରୁଜା କରିବା ସହ ତାଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ପଛରେ ପୂର୍ବତନ ବିଧାୟକ ତଥା ଚର୍ଚ୍ଚିତ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଭୂମିକା ଥିବା ହିଂମାଶୁ ଅଭିଯୋଗ କରିଛନ୍ତି । ଦୁର୍ବୃତ୍ତମାନେ ବିଜେଡି କର୍ମୀ ଓ ସେମାନେ ବବି ଦାସଙ୍କ ପ୍ରରୋଚନାରେ ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ହିଂମାଶୁ । ପରେ ହିଂମାଶୁଙ୍କ ସମର୍ଥକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବାରୁ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ଏସପି ୟସ ପ୍ରତାପ ଶ୍ରୀମଲ ନିଜେ ଫୋର୍ସ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ ପାଇଁ ପ୍ରୟାସ କରୁଛି ।
ବିଧାୟକ ହିଂମାଶୁ କହିଛନ୍ତି,‘‘ମୁଁ ଯାଜପୁର ମାଇନର ମିନେରାଲ ବିଭାଗର ‘ଡିଡିଏମ’ଙ୍କ ଅଫିସକୁ ଏକ ମିଟିଂ କାର୍ୟ୍ୟକ୍ରମରେ ଯାଉଥିଲି । ସେଠାରେ ରାସ୍ତାରୋକ କରାଯାଇଥିଲା । ମୁଁ କିଛି ଦୂରରେ ଅଟକିଥିଲି । ହଠାତ କିଛି ବିଜେଡି କର୍ମୀ ହାତରେ ଲୁହାରଡ ଧରି ମୋ ଆଡକୁ ଧାଇଁ ଆସିଲେ । ମୋ କାର ଭଙ୍ଗାରୁଜା କରିବା ସହ ମୋତେ ମୋ ‘ପିଏସଓ’ ଓ ଡ୍ରାଇଭରଙ୍କୁ ଆକ୍ରମଣ କଲେ । ବବି ଦାସ ପଠାଇଛନ୍ତି, ଏଟାକୁ ମାରିଦିଅ ବୋଲି ମଧ୍ୟ ଦୁର୍ବୃତ୍ତ କହୁଥିଲେ । ବବି ଦାସଙ୍କ ବିରୋଧରେ ଗଣମାଧ୍ୟମରେ ମତ ରଖୁଥିବାରୁ ମତେ ଜୀବନରୁ ମାରିଦେବେ ବୋଲି କହି ଆକ୍ରମଣ କରିଥିଲେ ।’’
ଏହି ଅଭିଯୋଗକୁ ପ୍ରଣବ ପ୍ରକାଶ ଦାସ (ବବି) ଖଣ୍ଡନ କରିବା ବିଧାୟକଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି । ବବି କହିଛନ୍ତି,‘‘ ମୁଁ ଏକଥା ଗଣମାଧ୍ୟମରୁ ଜାଣିଲି । ବିରଜା ପ୍ରକଳ୍ପ ସମ୍ପର୍କିତ କୌଣସି କାରଣରୁ ସେଠାରେ ରାସ୍ତାରୋକ କରାଯାଇଥିଲା । ସେତିକି ବେଳେ ଧର୍ମଶାଳା ବିଧାୟକ ସେଠାରେ ପହଞ୍ଚିବା ପରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ସେହି କାରଣରୁ ଏହି ଆକ୍ରମଣ ଘଟିଛି ବୋଲି ମୋତେ ସୂଚନା ମିଳିଛି । ମୋ ପରିବାର ଓ ଭାଇଙ୍କ ନାମରେ ବିଧାୟକ ଅଭିଯୋଗ କରିଥିବା ମିଡିଆରୁ ଜାଣିଲି । ହେଲେ ମୋ ପରିବାର କିମ୍ବା ‘ବିଜୁ ଜନତା ଦଳ’ ହିଂସାରେ ବିଶ୍ବାସ କରେନି । ମୋ ଭାଇ ଥାନାରେ ବସିଛନ୍ତି, ସେ ଯଦି ଆକ୍ରମଣରେ ସାମିଲ ଥିବେ, ତେବେ ପ୍ରଥମେ ଆରେଷ୍ଟ ହେବେ । କିନ୍ତୁ ସେ ଘଟଣାସ୍ଥଳରେ ନଥିଲେ, କିମ୍ବା ଆକ୍ରମଣରେ ସମ୍ପୃକ୍ତ ନୁହନ୍ତି । ’’
Comments ସମସ୍ତ ମତାମତ