Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ଧନତେରାସ: ୨୪କ୍ୟାରେଟ ସୁନାର ଦାମ ୧ଲକ୍ଷ ୩୩ହଜାର ୩୦୦

    Share on :
    ajab-Image
    Date: Oct 18, 2025    Views: 2824

    ଭୁବନେଶ୍ୱର: ଆଜି ପବିତ୍ର ଧନତେରାସ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୋୟେରଦଶୀ ତିଥିରେ ଧନତେରାସ ପାଳନ କରାଯାଉଛି । ଆଜିର ଦିନରେ ଘରକୁ କିଛି ସୁନା,ରୂପା, ନୂଆ ବାସନ, ସୁନା, ଧନିଆ, ଝାଡୁ, ଲକ୍ଷ୍ମୀ-ଗଣେଶଙ୍କ ପ୍ରତିମୂର୍ତ୍ତି କିଣି ନେବା ଦ୍ୱାରା ଶୁଭ ହୋଇଥାଏ।

    ଆଜି ୨୪କ୍ୟାରେଟ ସୁନାର ଦାମ ୧ଲକ୍ଷ ୩୩ହଜାର ୩୦୦ ରହିଛି । ଧନତେରାସରେ ସୁନା ମହଙ୍ଗା ହୋଇଥିବା ଗ୍ରାହକଙ୍କୁ ବେଶ ବାଧିଛି । ଗତବର୍ଷ ଧନତେରସ ସମୟରେ ପ୍ରତି ୧୦ଗ୍ରାମକୁ ୭୮ହଜାର ୬୧୦ ରହିଥିଲା । ବର୍ଷକରେ ସୁନା ମୂଲ୍ୟ ୬୫.୧୭ପ୍ରତିଶତ ବୃଦ୍ଧି ପାଇଛି । ଏହି ଦର ବୃଦ୍ଧିର କେବଳ ୫୮ପ୍ରତିଶତ ୨୦୨୫ ପ୍ରଥମ ୧୦ମାସରେ ହୋଇଛି ।

    ଦୀପାବଳି ପୂର୍ବରୁ ଧନ୍ତନ୍ୱରୀଙ୍କ ଜୟନ୍ତୀ ପଡୁଥିବାରୁ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ଘରେ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଧନଧାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଆୟୋଜନ କରାଯାଇଥାଏ। ଧନତେରାସକୁ ହିନ୍ଦୁ ପରମ୍ପରାରେ ଧନ, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି ବିଚାର କରାଯାଏ । ଏହି ତିଥିରେ ସୁନା କିଣିଲେ ମାଆ ଲକ୍ଷ୍ମୀଙ୍କ କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି । ଧାର୍ମିକ ମାନ୍ୟତା ଅନୁସାରେ ଧନତେରାସରେ ସୁନା, ରୁପା, ବାସନ, ଝାଡୁ କିଣିଲେ ଘରକୁ ଲକ୍ଷ୍ମୀ ଆସିବେ ବୋଲି ବିଶ୍ୱାସ ରହିଛି । ଧନତେରାସରେ ନୂଆ ସାମଗ୍ରୀ କିଣିଲେ ପରିବାରର ମଙ୍ଗଳ ହୁଏ ବୋଲି ଲୋକଙ୍କୁ ଧର୍ମୀୟ ବିଶ୍ୱାସ ରହିଛି । 

    Maximum 500 characters

    ତାଜା ଖବର View all

    Find Us on Facebook