Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବାଂଲାଦେଶୀ ଆତଙ୍କୀଙ୍କ ଟାର୍ଗେଟରେ ଦିଲ୍ଲୀ

    Share on :
    ajab-Image
    Date: Jan 18, 2026    Views: 2966

    ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଆତଙ୍କୀ ଆକ୍ରମଣ ନେଇ ଗୁଇନ୍ଦା ଏଜେନ୍ସିଗୁଡ଼ିକ ଆଲର୍ଟ ଜାରି କରିଛନ୍ତି । ଗୁଇନ୍ଦା ବ୍ୟୁରୋ (ଆଇବି) ସହ ଜଡ଼ିତ ସୂତ୍ର ମୁତାବକ, ପ୍ରତିବନ୍ଧିତ ଖଲିସ୍ତାନୀ ଗ୍ରୁପ୍ ଏବଂ ବାଂଲାଦେଶର ଆତଙ୍କୀ ସଂଗଠନ ଦିଲ୍ଲୀ ସମେତ ଦେଶର ଅନେକ ସହରକୁ ଟାର୍ଗେଟ୍ ଲାଗି ଉଦ୍ୟମ କରିପାରନ୍ତି । ପଞ୍ଜାବର କିଛି ଗ୍ୟାଙ୍ଗଷ୍ଟର ବିଦେଶରୁ କାମ କରୁଥିବା ଏହି ଖଲିସ୍ତାନୀ ଏବଂ ଚରମପନ୍ଥୀ ହ୍ୟାଣ୍ଡଲରଙ୍କ ପାଇଁ ‘ଫୁଟ୍ ସୋଲଜର’ ଅର୍ଥାତ୍ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା ଭାବେ କାମ କରୁଛନ୍ତି ।
     ଏହି ଗ୍ୟାଙ୍ଗଷ୍ଟରମାନେ ହରିୟାଣା, ଦିଲ୍ଲୀ ଏନ୍‌ସିଆର, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ସକ୍ରିୟ ଅଛନ୍ତି । ଧୀରେ ଧୀରେ ଖଲିସ୍ତାନୀ ଏବଂ ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ ସହ ଯୋଗାଯୋଗ ବଢ଼ାଉଛନ୍ତି । ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ ବିପର୍ଯ୍ୟସ୍ତ କରିବାକୁ ଏମାନେ ଷଡ଼ଯନ୍ତ୍ର ରଚୁଥିବା ରିପୋର୍ଟରେ ଦାବି କରାଯାଇଛି । ଇତିମଧ୍ୟରେ ଦିଲ୍ଲୀ ପୁଲିସ ପକ୍ଷରୁ ସୁରକ୍ଷାକୁ ବୃଦ୍ଧି କରାଯାଇଛି । ନର୍ଥ ଡିଷ୍ଟ୍ରିକ୍ଟ ଜିଲ୍ଲା ପୁଲିସ ରାଜଧାନୀର ସମ୍ବେଦନଶୀଳ ଏବଂ ଜନଗହଳି ଅଞ୍ଚଳରେ ମକ୍ ଡ୍ରିଲ କରିଛି । ଆତଙ୍କୀ ଆକ୍ରମଣକୁ ରୋକିବାକୁ ପ୍ରସ୍ତୁତିର ଯାଞ୍ଚ ଏବଂ ସମ୍ବନ୍ଧିତ ଏଜେନ୍ସି, ସାଧାରଣ ଲୋକଙ୍କୁ ସତର୍କ କରିବା ଏହି ପଦକ୍ଷେପ ପଛର ଉଦ୍ଦେଶ୍ୟ ଥିଲା । ଗୁଇନ୍ଦା ଏଜେନ୍ସିଂ ଅନୁସାରେ, ଆତଙ୍କୀ ସଂଗଠନ ଦିଲ୍ଲୀ ସମେତ ଅନେକ ସହରକୁ ଏକା ସଙ୍ଗରେ ଟାର୍ଗେଟ୍ କରିବାକୁ ଷଡଯନ୍ତ୍ର କରିଛନ୍ତି । ଉତ୍ତର ଭାରତ ସକ୍ରିୟ କିଛି ଗ୍ୟାଙ୍ଗଷ୍ଟାରଙ୍କର ଏଥିରେ ବିଶେଷ ଭୂମିକା ରହିବ । ସ୍ଲିପର ସେଲ୍  ବି  ସକ୍ରିୟ ଅଛନ୍ତି 
    ଗଣତନ୍ତ୍ର ଦିବସ ପରେଡ୍ରେ କର୍ତ୍ତବ୍ୟ ପଥରେ ଅତି କମ୍‌ରେ ୩୦ଟି ପ୍ରଜ୍ଞାପନ ମେଢ଼ ବାହାରିବ । ‘ସ୍ୱାଧୀନତାର ମନ୍ତ୍ର- ବନ୍ଦେ ମାତରମ୍’ ଏବଂ ‘ସମୃଦ୍ଧିର ମନ୍ତ୍ର- ଆତ୍ମନିର୍ଭର ଭାରତ’ ଥିମ୍ ଉପରେ ସେହି ପ୍ରଜ୍ଞାପନ ମେଢ଼ଗୁଡି଼କ ଆଧାରିତ ହେବ । ସୂଚନାଥାଉକି, ଦିଲ୍ଲୀରେ ଗତବର୍ଷ ନଭେମ୍ବର ୧୦ ତାରିଖରେ ଲାଲକିଲ୍ଲା ନିକଟରେ ଏକ କାର୍ରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା । ସେଥିଯୋଗୁ ୧୫ ଜଣ ପ୍ରାଣ ହରାଇଥିଲେ । ସେ ବ୍ଲାଷ୍ଟ ଭୟ ଭିତରେ ପୁଣି ଆତତଙ୍କୀଙ୍କ ବିସ୍ଫୋରଣ ଯୋଜନା ଲୋକଙ୍କ ମନରେ ଆତଙ୍କ ଖେଳାଇ ଦେଇଛି 

    Maximum 500 characters

    ଦେଶ ବିଦେଶ View all

    Find Us on Facebook