ମୁଖ୍ୟ ଖବର
ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । କାରଣ ପ୍ରତିରକ୍ଷା ବଜେଟ୍ ୫୦ ହଜାର କୋଟି ବୃଦ୍ଧି କରାଯିବା ନେଇ ବିଶେଷ ସୁତ୍ରରୁ ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶ ପାଇଛି । ପୂର୍ବ ବଜେଟରେ ୬ ଲକ୍ଷ ୮୧ ହଜାର କୋଟି ବ୍ୟୟବରାଦ ଥିଲା । ସ୍ୱତନ୍ତ୍ର ସହାୟତା ମିଶିଲେ ପ୍ରତିରକ୍ଷା ବଜେଟ୍ ୭ ଲକ୍ଷ ଟପିବ ।ଅପରେସନ୍ ସନ୍ଦୂର ପାଇଁ ସରକାର ପ୍ରତିରକ୍ଷା ବଜେଟ୍କୁ ଆହୁରି ବଢାଇବାକୁ ବିଚାର କରୁଛନ୍ତି । କୁହାଯାଉଛି କି ଖୁବଶୀଘ୍ର ପ୍ରତିରକ୍ଷା ବଜେଟ୍ରେ ଅତିରିକ୍ତ ବ୍ୟୟବରାଦ କରାଯିବ । ଏହି ଅତିରିକ୍ତ ଆବଣ୍ଟନ ସେନାଙ୍କ ଆବଶ୍ୟକତା, ଜରୁରୀ ସାମଗ୍ରୀ କିଣିବା ଏବଂ ରିସର୍ଚ ଉନ୍ନତୀକରଣ ପାଇଁ କରାଯାଇପାରେ । ଅତିରିକ୍ତ ଆବଣ୍ଟନକୁ ନୂଆ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ କିଣିବାରେ ଖର୍ଚ୍ଚ କରାଯିବ ।
ମିଳିଥିବା ସୁତ୍ର ଅନୁସାରେ ପ୍ରତିରକ୍ଷା ବଜେଟ ୫୦ ହଜାର କୋଟି ଅତିରିକ୍ତ ପ୍ରାବଧାନ ନେଇ ପ୍ରସ୍ତାବ ଦିଆଯାଇଛି । ଶୀତକାଳୀନ ଅଧିବେଶନରେ ଅତିରିକ୍ତ ବ୍ୟୟବରାଦକୁ ମଞ୍ଜୁରୀ ମିଳିପାରେ । ଚଳିତ ବର୍ଷ ପ୍ରତିରକ୍ଷା ବଜେଟ ରେକର୍ଡ ୬.୮୧ ଲକ୍ଷ କୋଟି ଥିଲା । ଯାହା ଗତ ୧୦ ବର୍ଷରେ ରେକର୍ଡ ବଜେଟ ଥିଲା । ଯାହା ମୋଟ୍ ବଜେଟର ୧୩.୪୫ ପ୍ରତିଶତ ଥିଲା । ସବୁ ମନ୍ତ୍ରଣାଳୟ ତୁଳନାରେ ଏହା ସର୍ବାଧିକ ଥିଲା ।
Comments ସମସ୍ତ ମତାମତ