Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପଥର ଅତଡ଼ା ଖସି ୨ ଶ୍ରମିକ ମୃତ

    Share on :
    ajab-Image
    Date: Jan 16, 2026    Views: 3345

    ମାଲକାନଗିରି : ଶୁକ୍ରବାର ସକାଳେ ମାଲକାନଗିରି ସହର ପ୍ରବେଶ ଦ୍ୱାର ତାରିଣୀ ମନ୍ଦିର ପାର୍ଶ୍ଵରେ ଥିବା ପଥର କୁଆଁରୀ ପାହାଡ଼ରୁ ବେଆଇନ ଭାବେ ମୋରମ ମାଟି ଖୋଳା ଚାଲିଥିଲା। ଏହି ସମୟରେ ହଠାତ୍ ପଥର ଅତଡା ଖସି ମାଲକାନଗିରି ସତ୍ୟମଗୁଡା ଗ୍ରାମର ଟୁନା ଗାଦବା (୨୧ ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଶ୍ରମିକ ଚମ୍ପାଖାରି ଗ୍ରାମର ମିଟୁ ମାଢି (୩୧ ବର୍ଷ) ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମିଟୁ ମାଢିଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୁଲିସ ପହଁଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। 

     

    Maximum 500 characters

    ତାଜା ଖବର View all

    Find Us on Facebook