ମୁଖ୍ୟ ଖବର
ପାଟଣାଗଡ଼: ପାଟଣାଗଡ଼ ବ୍ଳକ୍ ଲରମ୍ଭା ଥାନା ଘସିଏନ ଗାଁ ଲରମ୍ଭା ରାସ୍ତାରେ ଥିବା ଲାଟେନ ଗୁଡ଼ି ନିକଟସ୍ଥ ଏକ ନିମ୍ବ ଗଛରେ ଜଣେ ସିଆରପିଏଫ ଯବାନଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତ ସିଆରପିଏଫ ଯବାନ ଜଣକ ହେଲେ ଘସିଏନ ଗାଁର ଦୁର୍ଲ୍ଲଭ ଭୋଇଙ୍କ ୩୫ ବର୍ଷୀୟ ପୁଅ ଭକ୍ତରାମ ଓରଫ ଗଣେଶ । ଭକ୍ତରାମଙ୍କୁ ହତ୍ୟା କରାଯାଇଥିବା ପରିବାର ବର୍ଗ ଅଭିଯୋଗ ଆଣିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଭକ୍ତରାମ ସିଆରପିଏଫ ଯବାନ ଭାବରେ ଝାଡ଼ଖଣ୍ଡର ଲାତିହାରରେ କାର୍ୟ୍ୟରତ ଥିଲେ । ସେ କିଛି ଦିନ ତଳେ ଛୁଟିରେ ଗାଁକୁ ଆସିଥିବା ବେଳେ ଗତ ୧୬ ତାରିଖ ଦିନ କେହି ଜଣେ ତାଙ୍କୁ ଫୋନ କରି ଡାକିଥିଲା । ଫୋନ କଲ୍ ପାଇବା ପରେ ଭକ୍ତରାମ ସେ ଦିନ ଘରୁ ବାହାରି ଯାଇଥିବା ସହ ସେ ଘରକୁ ଆଉ ଫେରିନଥିଲେ । ଯାହାକୁ ନେଇ ପରିବାର ବର୍ଗ ଲରମ୍ଭା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ରବିବାର ସକାଳୁ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ।
Comments ସମସ୍ତ ମତାମତ