Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବନ୍ଦ ଘରୁ ମିଳିଲା ୫ ମୃତଦେହ

    Share on :
    ajab-Image
    Date: Sep 28, 2024    Views: 4983

    ନୂଆଦିଲ୍ଲୀ:  ଏକ ସଙ୍ଗେ ବନ୍ଦ ଘରୁ ବାପା ଓ ୪ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି।  ଏପରି ଏକ ହୃଦୟ ବିଦାରକ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି।ରାଜଧାନୀ ଦିଲ୍ଲୀରେ ରହୁଥିବା ହୀରାଲାଲ ଜଣେ କାର୍ପେଟର ଭାବେ କାମ କରନ୍ତି । ଘରେ ପତ୍ନୀ ଓ ୪ ଭିନ୍ନକ୍ଷମ ଝିଅ ରହୁଥିଲେ। ପିଲାଙ୍କ ମଧ୍ୟରୁ କାହା ଆଖିକୁ ଦେଖା ଯାଉ ନ ଥିବା ବେଳେ କାହା ହାତ କାମ କରୁ ନ ଥିଲା ତ କିଏ ଚାଲିବାକୁ ଅକ୍ଷମ । ସେମାନଙ୍କ ବୟସ ୮ ବର୍ଷରୁ ୧୮ ବର୍ଷ ମଧ୍ୟରେ ବୋଲି ଜଣାଯାଇଛି । ତେଣୁ ହୀରାଲାଲଙ୍କ ପତ୍ନୀ ପିଲାଙ୍କ ସବୁ କାମ କରିଥାନ୍ତି।
    ମାତ୍ର ହୀରାଲାଲଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା ଯେତେବେଳେ ତାଙ୍କ ପତ୍ନୀ କ୍ୟାନସରରେ ଆକ୍ରାନ୍ତ ହେଲେ। ବହୁ ଚିକିତ୍ସା ସତ୍ତ୍ୱେ ବର୍ଷେ ପୂର୍ବେ ତାଙ୍କ ପତ୍ନୀ ଆଖି ବୁଜିଲେ। ଏହାପରେ ପିଲାମାନଙ୍କ କାମ ତଥା ରୋଜଗାର କରି ପରିବାର ଚଳାଇବା ସବୁ ଦାୟିତ୍ୱ ହୀରାଲାଲଙ୍କ ମୁଣ୍ଡକୁ ଚାଲି ଆସିଲା।ସକାଳୁ ପିଲାମାନଙ୍କ କଥା ବୁଝିବା ସହ ସେମାନଙ୍କ ଖାଇବା ପ୍ରସ୍ତତ କରି ସେ ଘରୁ ବାହାରି ଯାଉଥିଲେ। ରାତିରେ ଘରକୁ ଫେରିବା ପରେ ପୁଣି ଥରେ ପିଲାଙ୍କ କାମରେ ଲାଗି ପଡ଼ୁଥିଲେ। ବର୍ଷେ କାଳ ଏପରି କାମ କରି ସେ ଅଣନିଶ୍ୱାସୀ ହୋଇପଡ଼ିଲେ। ଏହାପରେ ଗତ ୨୪ ତାରିଖରେ ସେ ଶେଷ ଥର ଘରେ ପଶୁଥିବାର ସିସିଟିଭିରେ ଦେଖିବାକୁ ମିଳିଥିଲା।ଏହାପରେ ଆଉ ତାଙ୍କ ଘର କବାଟ ଖୋଲି ନ ଥିଲା।ପାଖପଡ଼ୋଶୀଙ୍କର ସନ୍ଦେହ ହେବାରୁ ଏନେଇ ସେମାନେ ଗତକାଲି ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ୫ ମୃତଦେହ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲା। ସମସ୍ତ ମୃତଦେହ ଉଦ୍ଧାର କରି ପୁଲିସ୍‌ ବ୍ୟବଚ୍ଛେଦ ପାଇଁ ପଠାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook