Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମନ୍ଦିର କୂଅରୁ ମିଳିଲା ଯୁବକଙ୍କ ମୃତଦେହ

    Share on :
    ajab-Image
    Date: Jun 5, 2026    Views: 3182

    ବ୍ରାହ୍ମଣୀ ଗାଁ : ଆଜି ସକାଳୁ ଟାଉନ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ସ୍ଥିତ ଶିବ ମନ୍ଦିର ପରିସରରେ ଥିବା କୂଅରେ ରଶି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହାର କାରଣ ଅସ୍ପଷ୍ଟ ଥିବାବେଳେ ଟାଉନ ପୁଲିସ୍ ଖବର ପାଇ ତଦନ୍ତ ଆରମ୍ଭ କରିଛି । ପରିବାରଲୋକେ କହିବା ଅନୁଯାଇ ତାଙ୍କର ମସ୍ତିଷ୍କ ବିକୃତି ଥିବା ଜଣାପଡ଼ିଥିବାବେଳେ ତିନି ଦିନ ହେବ ସେ ଘରେ ନଥିଲେ ।
    ଆଜି ସକାଳୁ ବ୍ରାହ୍ମଣୀ ଗାଁ ସ୍ଥିତ ଶିବ ମନ୍ଦିର ପରିସରରେ ଥିବା କୂଅରୁ  ଦୁର୍ଗନ୍ଧ ବାହରିବାରୁ ଲୋକେ ଯାଇ ଦେଖି ଥିଲେ । ସେଠାରେ ମୃତ ଡ଼ମା ନାଏକ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବ୍ୟବଛେଦ ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook