Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମହାନଦୀକୁ ଡେଇଁ ଯୁବତୀଙ୍କର ମୃତ୍ୟୁ

    Share on :
    ajab-Image
    Date: Jun 4, 2026    Views: 2519

    କଟକ : ମହାନଦୀ ତ୍ରିଶୁଳିଆ ସୁଭାଷ ସେତୁରେ ଅଘଟଣ । ବ୍ରିଜ ଉପରେ ବ୍ୟାଗ ଓ ଚପଲ ରଖି ଡେଇଁ ପଡିଲେ ଯୁବତୀ। ମହାନଦୀକୁ ଡେଇଁ ଯୁବତୀଙ୍କର ମୃତ୍ୟୁ ହୋଇଛି। ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ଟିମ୍। ସୂଚନା ଅନୁଯାୟୀ, ଆଜି କଟକ ତ୍ରିଶୁଳିଆ ସୁଭାଷ ସେତୁ ନିକଟ ମହାନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସେତୁ ଉପରେ ବ୍ୟାଗ ଓ ଚପଲ ପଡ଼ିଥିବା ସକାଳୁ ମର୍ଣ୍ଣିଂ ୱାକ୍ କରୁଥିବା ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ବାରଙ୍ଗ ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ମେଡ଼ିକାଲ ପଠାଇଛନ୍ତି । ତାଙ୍କ ବ୍ୟାଗ୍ ରୁ ମିଳିଥିବା ଡକ୍ଟର ପ୍ରେସକ୍ରିପସନ୍ ରୁ ସେ ଚନ୍ଦ୍ରିକା ହେମ୍ବ୍ରମ ଏବଂ ତାଙ୍କ ବୟସ ୨୮ ବର୍ଷ ବୋଲି ଜଣାପଡିଛି। ବ୍ୟାଗ୍ରୁ ପୁଲିସ ଗୋଟିଏ ମୋବାଇଲ ମଧ୍ୟ ପାଇଛି। ସେତୁ ଉପରୁ ଯୁବତୀ ଜଣକ ନଦୀ ପାଣିକୁ ଡେଇଁ ପଡ଼ିଥିବା ଲୋକେ କହୁଛନ୍ତି । ତେବେ ଯୁବତୀ ଜଣଙ୍କ ସେତୁରୁ ଡେଉଁ ପଡିଛନ୍ତି ନାଁ କେହି ତାଙ୍କୁ ମାରି ଫିଙ୍ଗି ଦେଉଛି ଉଭୟ ଦିଗକୁ ନେଇ ତଦନ୍ତ କରୁଛି ପୁଲିସ।

    Maximum 500 characters

    ତାଜା ଖବର View all

    Find Us on Facebook