ମୁଖ୍ୟ ଖବର
ନୂଆଦିଲ୍ଲୀ: ବିହାରର ହାଜିପୁରରୁ ଏକ ବଡ଼ ଖବର ଏବେ ସାମ୍ନାକୁ ଆସୁଛି। ଏଠାରେ ବିଷାକ୍ତ ଗ୍ୟାସ୍ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି। ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା କରାଯାଉଛି। କୁହାଯାଉଛି ଯେ, ସମସ୍ତ ୪ ଜଣ ଗୋଟିଏ ପରିବାରର ଥିଲେ। ସୂଚନାମୁତାବକ, ଜଣେ ବ୍ୟକ୍ତି ଶୌଚାଳୟ ଟାଙ୍କିରେ ପଡ଼ିଯାଇଥିଲେ । ଏହି ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ଜଣ ଜଣ କରି ଭିତରକୁ ଯାଇଥିଲେ, କିନ୍ତୁ ସେମାନେ ମଧ୍ୟ ଟ୍ୟାଙ୍କରେ ଅଚେତ ହୋଇ ପଡ଼ିଥିଲେ।
ମୃତକ ମାନେ ବାପା ଏବଂ ପୁଅ ସମେତ ଗୋଟିଏ ପରିବାରର ଚାରି ଜଣ । ଘଟଣାଟି ସରାଇ ଥାନା ଅଞ୍ଚଳ ଅନ୍ତର୍ଗତ ଅନୱରପୁର ଗାଁରେ ଘଟିଛି। କୁହାଯାଉଛି ଯେ ପରସ୍ପରକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ, ସମସ୍ତେ ଶୌଚାଳୟ ଟାଙ୍କିର ସୋକ୍ ପିଟ୍ ରେ ପଡ଼ିଯାଇଥିଲେ, ଯେଉଁଠାରେ ବିଷାକ୍ତ ଗ୍ୟାସ୍ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏହା ସହିତ, ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Comments ସମସ୍ତ ମତାମତ