Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଠାବ

    Share on :
    ajab-Image
    Date: Dec 4, 2025    Views: 2902

    ଦେବଗଡ଼: ନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଠାବ ହୋଇଛି। ଦେବଗଡ ଜିଲ୍ଲା ବାକୋଟ ଥାନା ଟାଇଁସିରା ଯୌତୁକ ନାଳରୁ ମୃତଦେହ ଉଦ୍ଧାର ହୋଇଛି। ପଥର ବାନ୍ଧି ନାଳରେ ଯୁବକଙ୍କ ମୃତଦେହ ଫିଙ୍ଗା ଯାଇଥିବା ଅନୁମାନ କରାଯାଉଛି। ହତ୍ୟା ସନ୍ଦେହରେ ଗ୍ରାମବାସୀମାନେ ଜଣଙ୍କୁ ଅଟକ ରଖିଛନ୍ତି। ଅଟକ ଯୁବକଙ୍କୁ ପୁଲିସ୍‌ ଆଣିବାକୁ ଚେଷ୍ଟା କରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀମାନେ ପୁଲିସ୍‌ ଗାଡିକୁ ଘେରାଉ କରିଛନ୍ତି। ମୃତକ ରାଜକିଶୋର ମହାକୁଳ ବୋଲି ଜଣାପଡିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନାଳରୁ ମୃତଦେହ ଉଦ୍ଧାର କରିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook