Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନାଳରେ ପଡି ନାବାଳିକାଙ୍କ ମୃତ୍ୟୁ ସନ୍ଦେହ

    Share on :
    ajab-Image
    Date: Dec 4, 2025    Views: 2257

    ସମ୍ବଲପୁର, : ବୁଧବାର ପ୍ରାତଃ କାଳରେ ଜଣେ ନାବାଳିକା ଙ୍କ ମୃତ୍ୟୁ ସ୍ଥାନୀୟ ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତି ନଗର ଠାରେ ହୋଇଯାଇଛି । ପୁଲିସର ସୁଚନା ଅନୁଯାୟୀ, ଶାନ୍ତି ନଗର ସ୍ଥିତ ଦୈନିକ ବଜାର ପାଖ ଗଳିର ଏକ ନାଳରୁ ଭୋର ପ୍ରାୟ ସାଢ଼େ ୪ ସମୟରେ ସେହି ଅଞ୍ଚଳରେ ରହୁଥିବା ସାଇ ଶ୍ରଦ୍ଧା ମିଶ୍ର (୧୭) ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

    ଖବର ପାଇ ପୁଲିସ ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି । ନାବାଳିକା ଜଣକ ସ୍କୁଟି ନେଇ ଭୋର ସମୟରେ ଘରୁ ବାହାରି ଥିବା ବେଳେ କିଛି ଦୂରରେ ନାଳ ପଡି ଯାଇ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ବୋଲି ପୁଲିସ କହିଛି । ଅପରପକ୍ଷରେ ମୃତ ନାବାଳିକା ତାଙ୍କର ଅଜା ଅଶୋକ ମିଶ୍ର ଓ ଆଈ ସୁରେଖା ମିଶ୍ରଙ୍କ ନିକଟରେ ରହୁଥିଲେ । ତାଙ୍କର ବାପା ଗଙ୍ଗା ପ୍ରସାଦ ଙ୍କ ମୃତ୍ୟୁଦୀର୍ଘ ବର୍ଷ ପୁର୍ବେ ହୋଇଯାଇଥିବା ବେଳେ ତାଙ୍କର ମାଁ ମଧ୍ୟ କିଛି ବର୍ଷ ପୁର୍ବେ ଆତ୍ମହତ୍ୟା କରିଥିଲେ । ଏବେ ନାବାଳିକାଙ୍କ ଅଚାନକ ସନ୍ଦିଗ୍ଦ ଅବସ୍ଥାରେ ମୃତ୍ୟୁ ସମସ୍ତଙ୍କୁ ଚକିତ କରି ଦେଇଛି । ଏ ସମ୍ପର୍କରେ ଅଭିଯୋଗ ହେବାରୁ ଅଇଁଠାପାଲି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook