Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜାମ୍ମୁରେ ୩ ଓଡ଼ିଆଙ୍କ ମୃତ୍ୟୁ, ଜନ୍ମମାଟିକୁ ଫେରିଲା ମୃତଦେହ

    Share on :
    ajab-Image
    Date: Oct 18, 2025    Views: 3112

    ଭୁବନେଶ୍ବର/ସୋନପୁର: ଜୀବନର ଶେଷଯାତ୍ରା ପାଲଟିଲା ତୀର୍ଥଯାତ୍ରା । ଜାମ୍ମୁକାଶ୍ମୀର ମା' ବୈଷ୍ଣୋଦେବୀଙ୍କ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣାର ଶିକାର ହେଲେ ୪ ଜଣ ଓଡ଼ିଆ ତୀର୍ଥଯାତ୍ରୀ । ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ଜାମ୍ମୁ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ତୀର୍ଥଯାତ୍ରୀ ହେଉଛନ୍ତି ସୋନପୁର ଜିଲ୍ଲାର ବିଚିତ୍ର କୁମାର ସାହୁ, ଯୋଗୀନ୍ଦ୍ର ମଟାରୀ ଏବଂ କବିତା ସାହୁ । ଆହତ ଜଣକ ସ୍ନେହଲତା ମଟାରୀ । ଗୁରୁତର ଅବସ୍ଥାରେ ତାଙ୍କୁ ଜାମ୍ମୁ ସ୍ଥିତ ଏକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଶୋକପ୍ରକାଶ କରି ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
    ପ୍ରଶାସନର ସହଯୋଗରେ ଆଜି ତରଭାରେ ସ୍ବାମୀ ସ୍ତ୍ରୀ ବିଚିତ୍ର ଓ କବିତାଙ୍କ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । କାନ୍ଦ ବୋବାଳିରେ ଫାଟି ପଡିଥିଲା ଗାଁ ଦାଣ୍ଡ । ପରେ ତରଭା ଶ୍ମାଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଅନ୍ୟପକ୍ଷରେ ଯୋଗୀନ୍ଦ୍ର ମଟାରିଙ୍କ ପାର୍ଥିବ ଶରୀର ଆସନ୍ତାକାଲି ସକାଳୁ ପହଞ୍ଚିବ ବୋଲି ସୂଚନା ମିଳିଛି । ସୋନପୁର ଜିଲ୍ଲାପାଳ ଡ଼ ନୃପରାଜ୍ ସାହୁ ଓ ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ମୃତକଙ୍କ ଘରକୁ ଯାଇ ଶେଷଦର୍ଶନ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ଦୁଇ ପରିବାରର ବିଚିତ୍ର ସାହୁ ଓ ତାଙ୍କ ପତ୍ନୀ ବବିତା ସାହୁ, ଯୋଗୀନ୍ଦ୍ର ମଟାରୀ ଓ ପତ୍ନୀ ସ୍ନେହଲତା ଗତ ଅକ୍ଚୋବର ୧୧ ତାରିଖରେ ଜମ୍ମୁ ରାଜ୍ୟର ମା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଇଥିଲେ । ସେଠାରୁ ୧୪ ତାରିଖରେ ଦର୍ଶନ ସାରି ଏକ ଅଟୋରେ ଫେରିବାବେଳେ କାତ୍ରାରେ ଏକ ଯାତ୍ରୀବାହି ବସ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ନେହଲତା ଆହତ ହୋଇଥିଲେ ।


    ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ୟ୍ୟାଳୟ, ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଓ ସୋନପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ତିନି ମୃତକଙ୍କ ମରଶରୀରକୁ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏଥି ସହ ଜାମ୍ମୁରେ ଚିକିତ୍ସିତ ହେଉଥିବା ଆହତ ତୀର୍ଥଯାତ୍ରୀଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯାଉଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook