Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମାଟି ଅତଡ଼ା ଧସି ୩ ମୃତ

    Share on :
    ajab-Image
    Date: Jul 2, 2025    Views: 2799

    ବଡ଼ବିଲ  : କେନ୍ଦୁଝର ଯୋଡ଼ା ଥାନା ବିଚାକୁଣ୍ଡି ଦଲପାହାଡ଼ ନିକଟରେ ଅଘଟଣ । ଖଣିରେ ମାଟି ଅତଡ଼ା ଖସି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ଜଣାପଡିଛି । 
    ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଚୋରାରେ ଚାଲିଥିଲା ମାଙ୍ଗାନିଜ ଉତ୍ତୋଳନ । ମଙ୍ଗଳବାର ଅପରାହ୍ନ ସମୟରେ ମାଙ୍ଗାନିଜ ଖୋଳାଯାଉଥିବା ସମୟରେ ଘଟିଲା ଅଘଟଣ । ଖଣିରେ ମାଟି ଅତଡ଼ା ଖସି ତିନି ଜଣ ଶ୍ରମିକ ତଳେ ଚାପି ହୋଇଯାଇଥିଲେ । ଯାହାପରେ ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ୬ ଘଣ୍ଟାର ଉଦ୍ଧାର କାର୍ୟ୍ୟ ପରେ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ବିଚାକୁଣ୍ଡି ଅଞ୍ଚଳର ସନ୍ଦୀପ ପୂର୍ତ୍ତି, ଗୁରୁ ଚମ୍ପିଆ, କାଣ୍ଡେ ମୁଣ୍ଡା ବୋଲି ଜଣାପଡିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook