କଣାସ: ହଇଜାରେ ମୃତ୍ୟୁ ସଂଖ୍ୟା ୪ ବୃଦ୍ଧି ପାଇଛି । ଶନିବାର ରାତିରେ ଗଡିଶାଗୋଦା ପଞ୍ଚାୟତର ନଈକୂଳପାଟଣା ଗ୍ରାମରେ ଗୁରେଇ ସେଠୀଙ୍କର(୬୦) ମୃତ୍ୟୁ ହେଇଛି । ପୁର୍ବରୁ ନୁଆଗାଁ ଗ୍ରାମର ସାରଥ ପ୍ରଧାନ, ସଚଳା ସାହୁ ଓ ମାଗି ଦଳାଇଙ୍କର ମୃତ୍ୟୁ ହେଇଥିଲା । ଏବେ ସୁଦ୍ଧା ହଇଜା ୪ ମୁଣ୍ଡ ନେଇଥିବା ବଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପାଖାପାଖି ଶହେ ଜଣ କଣାସ ବ୍ଲକ୍ର ବିଭିନ୍ନ ଗ୍ରାମରେ ଆକ୍ରାନ୍ତ ହେଇଥିବା ବଳେ ଗଡ଼ିଶାଗୋଦା ପଞ୍ଚାୟତର ନୁଆଗାଁ ଓ ଗୋପୀନାଥପୁର ପଞ୍ଚାୟତର ଜାଗୁଳାଇପଦର ଗ୍ରାମ ଅଧିକ ପ୍ରଭାବିତ ହେଇଛି । ପାଇକମରା କଳାପଦର, ଗୋପୀନାଥପୁର ଗ୍ରାମରେ ଲୋକମାନେ ହଇଜା କବଳରେ ପଡିଛନ୍ତି ।
ରବିବାର ନୂଆଦୋକନ୍ଦା ଗ୍ରାମର ତିନିଜଣ ବ୍ୟକ୍ତି ହଇଜାରେ ଆକ୍ରାନ୍ତ ହେଇ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର ହେଇଛନ୍ତି । କଣାସ ହଇଜା ସ୍ଥିତି ଉପରେ ନଜର ରଖାଯାଇଛି ।
Comments ସମସ୍ତ ମତାମତ