Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଖୋଲିଲା ମାଛକୁଣ୍ଡ ଡ୍ୟାମ୍‌ର ୨ ଗେଟ୍

    Share on :
    ajab-Image
    Date: Jul 3, 2025    Views: 2562

    ଲମତାପୁଟ: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗିରହିଛି ଲଗାଣ ବର୍ଷା । କୋରାପୁଟ ଜିଲ୍ଲାରେ ମଧ୍ୟ ବର୍ଷା ଲାଗିରହିଛି ।କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ରେ ୬ ଦିନ ହେବ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ପ୍ରକଳ୍ପ ଡି. ଡ୍ୟାମ୍ ବିପଦ ସଂକେତ ଛୁଇଁଛି । ଫଳରେ ଡ୍ୟାମ୍‌ର ୬ ଓ ୭ ନମ୍ବର ଗେଟ୍ ଖୋଲାଯାଇଛି । ଏହି ଦୁଇଟି ଗେଟ୍‌ ଦେଇ ପ୍ରଥମ ବନ୍ୟାଜଳ ନିଷ୍କାସିତ ଆରମ୍ଭ ହୋଇଛି  ।

    ସୂଚନାଯୋଗ୍ୟ ଯେ, ମାଛକୁଣ୍ଡ ଡ୍ୟାମ୍‌ର ଜଳଧାରଣ କ୍ଷମତା ୨୫୯୦ଫୁଟ ରହିଥିବା ବେଳେ ଡ୍ୟାମ୍‌ରେ ଜଳସ୍ତର ୨୫୮୮ ଫୁଟକୁ ଛୁଇଁଛି  । ବର୍ତ୍ତମାନ ୬ ଓ ୭ ନମ୍ବର ଗେଟ୍ ମାଧ୍ୟମରେ ୧ ହଜାର କ୍ୟୁସେକ୍ ପାଣି ଉଭୟ ଗେଟ୍ ଦେଇ ନିଷ୍କାସିତ କରାଯାଇ ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ଛଡାଯାଉଛି  । ଏଭଳି ଲଗାଣ ବର୍ଷା ଲାଗି ରହିଲେ ଅନ୍ୟ ଗେଟ୍‌ ଗୁଡିକ  ଖୋଲିବା ନେଇ ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook