ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା ଘନେଇଛି । ୨୬ ତାରିଖ ବେଳକୁ ଏଠାରେ ବାତ୍ୟା ସୃଷ୍ଟି ହୋଇପାରେ । କିନ୍ତୁ ଓଡ଼ିଶାକୁ କୌଣସି ପ୍ରଭାବ ନାହିଁ ।ସୁମାତ୍ରା ପାଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଆହୁରି ଘନୀଭୂତ ହେବ । ୨୨ ତାରିଖରେ ଲଘୁଚାପ ରୂପ ନେଇପାରେ । ୨୪ରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ୪୮ ଘଣ୍ଟା ବା ୨୬ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ । ୨୯ ତାରିଖ ବେଳକୁ ଏହା ତାମିଲନାଡୁ ଉପକୂଳ ଛୁଇଁପାରେ । ତେବେ ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ପଡ଼ିବନି । ୨୭ରୁ ୩୦ ତାରିଖ ଭିତରେ ବାୟୁର ଦିଗ ବଦଳିବ । ରାଜ୍ୟକୁ ଉତ୍ତର ପୂର୍ବ ଦିଗରୁ ପବନ ବହିପାରେ ।
୨୭ରୁ ୨୯ ତାରିଖ ଯାଏ ଦକ୍ଷିଣ ଉପକୂଳରେ ଓ ୨୮ରୁ ୩୦ ତାରିଖ ଯାଏ ଆଭ୍ୟନ୍ତରରେ ପାଗ ମେଘୁଆ ରହିପାରେ । କୁହୁଡ଼ି ବି ଦୃଶ୍ୟମାନ ହେବ । ଉପକୂଳ ଓଡ଼ିଶାରେ ୨୨ରୁ ୨୪ ତାରିଖ ଯାଏ ସାମାନ୍ୟ କୁହୁଡ଼ି ଏବଂ ୨୭ରୁ ୨୯ ତାରିଖ ଯାଏ ହାଲୁକା ବର୍ଷା ସମ୍ଭାବନା ଅଛି । ଅନ୍ୟ ମଡେଲ ଅନୁସାରେ ବି ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡ଼ିବନି ।
Comments ସମସ୍ତ ମତାମତ