Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ‘ଦାନା’ କ୍ଷତି ଆକଳନ: ୨୪ରେ ଆସିବେ କେନ୍ଦ୍ରୀୟ ଟିମ

    Share on :
    ajab-Image
    Date: Nov 20, 2024    Views: 2644

    ଭୁବନେଶ୍ୱର: ବାତ୍ୟା ‘ଦାନା’କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ ଓଡ଼ିଶା ଆସିବେ । ଆସନ୍ତା ୨୪ ତାରିଖ ଦିନ କେନ୍ଦ୍ର ଟିମ ଓଡ଼ିଶା ଆସିବେ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପି.କେ ରାୟଙ୍କ ନେତୃତ୍ୱରେ ଉକ୍ତ ଟିମ ଆସିବ । ୭ ଜଣିଆ ଟିମ ଆସି କ୍ଷତିଗ୍ରସ୍ତ ଜିଲ୍ଲା ଗସ୍ତ କରିବେ ।   ସମ୍ପୃକ୍ତ କେନ୍ଦ୍ରୀୟ ଟିମ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ବୋଲି ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି । ସମ୍ପୃକ୍ତ ଟିମ ୨୫ ତାରିଖରେ ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାରୁ ଫେରିବା ପରେ ୨୬ ତାରିଖ ଦିନ ଭୁବନେଶ୍ୱରରେ ଅଧିକାରୀମାନଙ୍କ ସହ ବୈଠକ କରିବେ ବୋଲି ଜଣାଯାଇଛି ।  ଏହାଛଡ଼ା  ସମ୍ପୃକ୍ତ ଟିମ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

    ସୂଚନାଯୋଗ୍ୟ, ବାତ୍ୟା ‘ଦାନା’ ଯୋଗୁଁ ଶହଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପୂର୍ବରୁ କହି ସାରିଛନ୍ତି ଯେ, ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୬ଶହ କୋଟି ଟଙ୍କାର କ୍ଷତି ହୋଇଛି। ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି। ମୟୂରଭଞ୍ଜ, ଯାଜପୁର, ଜଗତସିଂହପୁର, କଟକ ବି ପ୍ରଭାବିତ ହୋଇଛି। ୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି।୧୧, ୬୩୭ ଗାଁର ୪୧ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି।ମୋଟ ୧୬, ୪୧୭ ଘର ପ୍ରଭାବିତ ଓ ୨୭ ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ।୧୪, ୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି।

    Maximum 500 characters

    ତାଜା ଖବର View all

    Find Us on Facebook