Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅଙ୍ଗନବାଡ଼ିରେ ଖୋଲିଲା ‘କ୍ରେଚ୍’ : ଖୋଲିବ ଆଧୁନିକ ରୋଷେଇ ଗୃହ

    Share on :
    ajab-Image
    Date: Jan 18, 2026    Views: 2982

    ଭୁବନେଶ୍ବର: ଆସନ୍ତା ୨୪ ପର୍ୟ୍ୟନ୍ତ ପାଳନ ହେବାକୁ ଥିବା ‘ବେଟୀ ବଚାଓ ବେଟୀ ପଢ଼ାଓ’ ଅଭିଯାନ ଅନ୍ତର୍ଗତ ସପ୍ତାହବ୍ୟାପୀ ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୬କୁ ଉପମୁଖ୍ୟମନ୍ତ୍ରୀ ପରିଡ଼ା ଶୁଭାରମ୍ଭ କରିଛନ୍ତି। ସେହିପରି କର୍ମଜୀବୀ ମହିଳାଙ୍କ ସୁବିଧା ପାଇଁ ‘ପାଳନା’ (ଅଙ୍ଗନବାଡ଼ି କ୍ରେଚ୍) ଯୋଜନା ଆରମ୍ଭ କରାଯାଇଛି।
    କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ୬୦:୪୦ ମୂଲ୍ୟ ବଣ୍ଟନ ଅନୁପାତରେ କାର୍ୟ୍ୟକାରୀ ହୋଇଥିବା ଏହି ଯୋଜନାରେ ୬ ମାସରୁ ୩ ବର୍ଷ ବୟସର ଶିଶୁଙ୍କ ରହିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ କ୍ରେଚ୍ ପରିଚାଳନା କରାଯିବ। ପ୍ରଥମ ପର୍ୟ୍ୟାୟରେ ସୁନ୍ଦରଗଡ଼, ସମ୍ବଲପୁର, ମାଲକାନଗିରି, ବୌଦ୍ଧ ଏବଂ ରାୟଗଡ଼ା ବ୍ୟତୀତ ରାଜ୍ୟର ୨୫ଟି ଜିଲାରେ ୧୬୮ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ପାଳନା କେନ୍ଦ୍ର ଭାବରେ କାର୍ୟ୍ୟକ୍ଷମ କରାଯାଇଛି। ଏହି କେନ୍ଦ୍ରଗୁଡ଼ିକ ଶିଶୁ ସୁରକ୍ଷା, ପୁଷ୍ଟିସାର ଯୁକ୍ତ ଖାଦ୍ୟ, ନିରାପଦ ଶୋଇବା ସୁବିଧା, ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଟିକାକରଣ ସହାୟତା ସମେତ ସେବା ପ୍ରଦାନ କରିବ। ଶ୍ରୀମତୀ ପରିଡ଼ା ରାଜ୍ୟ ବଜେଟରୁ ୨.୪୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଯାଜପୁରରେ ଉତ୍କଳ ବାଳାଶ୍ରମର ଏକ ୧୦୦ ଶଯ୍ୟା ବିଶିଷ୍ଟ ନୂତନ କୋଠାକୁ ଆଭାସି ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଅନ୍ତେବାସୀ ପିଲାଙ୍କ ପାଇଁ ପରିଷ୍କାର ଏବଂ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ପୁରୀ ଏବଂ ଯାଜପୁରର ଉତ୍କଳ ବାଳାଶ୍ରମରେ ଆଧୁନିକ ରୋଷେଇ ଘର ମଧ୍ୟ ଉଦ୍‌ଘାଟନ କରାଯାଇଥିଲା।ଏଥିସହ ଖୋର୍ଦ୍ଧା ଏବଂ ଗଜପତି ଜିଲାରେ ଦୁଇଟି ସମନ୍ୱିତ ବାତ୍ସଲ୍ୟ ସଦନ ପାଇଁ ଆଭାସି ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ସୁବିଧାଗୁଡ଼ିକ ଶିଶୁ ଯତ୍ନ ପ୍ରତିଷ୍ଠାନ, ଶିଶୁ କଲ୍ୟାଣ କମିଟି ଏବଂ କିଶୋର ନ୍ୟାୟ ବୋର୍ଡକୁ ଗୋଟିଏ ଛାତ ତଳେ ଏକାଠି କରିବ। କାର୍ୟ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା, ଆଇନ ବିଭାଗର ପ୍ରମୁଖ ସଚିବ ଡ. ପବିତ୍ର ମୋହନ ସାମଲ, ବିଭାଗର ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।

    Maximum 500 characters

    ତାଜା ଖବର View all

    Find Us on Facebook