Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭୁବନେଶ୍ୱରେ ରାତି ୯ଟା ପରେ ବାଣଫୁଟା ବନ୍ଦ

    Share on :
    ajab-Image
    Date: Oct 18, 2025    Views: 2909

    ଭୁବନେଶ୍ୱର: ଦୀପାବଳି ପାଇଁ ପୁଲିସର ଚେତାବନୀ । ଭୁବନେଶ୍ୱରେ ରାତି ୯ଟା ପରେ ବାଣଫୁଟା ଉପରେ ପୁଲିସ କଟକଣା ଲଗାଇଛି । ଭୁବନେଶ୍ୱରେ ରାତି ୯ଟା ପରେ ବାଣଫୁଟା ବନ୍ଦ । ଏନେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା କଡ଼ା ନିଦେ୍ର୍ଧଶ ଦେଇଛନ୍ତି । ଏହାଛଡ଼ା ଉଚ୍ଚ ଶବ୍ଦ ସମ୍ପନ୍ନ ବାଣ ଫୁଟାଇଲେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗ୍ରୀନ କ୍ରାକର ଫୁଟାଇବା ପାଇଁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି । ଅନ୍ୟପକ୍ଷରେ ମଦ ପିଇ ଗାଡ଼ି ଚଳାଇଲେ ଚାଳକଙ୍କୁ ଅଟକ ରଖାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଖାଲି ସେତିକି ନୁହେଁ ଗାଡ଼ିକୁ ଜବତ କରି ପିସିଆର ଭ୍ୟାନ ନେଇଯିବ । ସବୁ ଥାନାରେ  ପାଟ୍ରୋଲି ଭ୍ୟାନକୁ ଆଲର୍ଟ ରହିବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି ।  ଅନ୍ୟପକ୍ଷରେ ବେଆଇନ ବାଣ ବିକିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook