ଭୁବନେଶ୍ୱର: ମାର୍ଚ୍ଚ ପ୍ରଥମ ସପ୍ତାହରେ ୬୦ନାଁ ଘୋଷଣା କରିବାକୁ କହିଥିବା କଂଗ୍ରେସ କିନ୍ତୁ ମାସ ପୂରିଗଲା ସିନା ଜଣେ ବି ପ୍ରାର୍ଥୀଙ୍କ ନାଁ ଘୋଷଣା କରି ପାରିଲାନି। ତେବେ ଆଜି କିମ୍ବା ଆସନ୍ତାକାଲି କଂଗ୍ରେସ ଟିକେଟ ଘୋଷଣା ହେବ । ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ କଂଗ୍ରେସ ପକ୍ଷରୁ ଟିକେଟ ଘୋଷଣା ବିଳମ୍ବ ହୋଇଛି । ଏଆଇସିସିର ତତ୍ତ୍ୱାବଧାନରେ କାଲି ଆଲୋଚନା ସମ୍ପୂର୍ଣ୍ଣଭାବେ ଶେଷ ହୋଇଛି । ପିଇସିର ଟିକନିକ ତର୍ଜମା ପରେ ଲିଷ୍ଟ ଆପାତତଃ ସମ୍ପୂର୍ଣ୍ଣ ଶେଷ ହୋଇଥିବା ଶ୍ରୀ ବାହିନୀପତି କହିଛନ୍ତି ।
Comments ସମସ୍ତ ମତାମତ