Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଛାତ୍ରଙ୍କ ଉପରେ ଲାଠି ଗଣତାନ୍ତ୍ରିକ ରାଷ୍ଟ୍ରପାଇଁ ଅପମାନ : ଭକ୍ତ

    Share on :
    ajab-Image
    Date: Jul 22, 2026    Views: 2950

    ଭୁବନେଶ୍ୱର: ଅଖିଳ କଂଗ୍ରେସ କମିଟିର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିରୋଧୀ ଦଳ ନେତା ତଥା କଂଗ୍ରେସର ସର୍ବମାନ୍ୟ ନେତା ରାହୁଳ ଗାନ୍ଧୀଙ୍କ ସହ କଂଗ୍ରେସ ଦଳର ସାଂସଦ ଓ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀଙ୍କ ସହିତ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଛାତ୍ରଙ୍କ ଉପରେ ବର୍ବର ତାନାସାହି ଆକ୍ରମଣ ଉପରେ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ପ୍ରତିବାଦ କରିଥିଲେ l ସେଇ ପରିପେକ୍ଷୀରେ ଦେଶର ସମସ୍ତ ରାଜ୍ୟର ରାଜଭବନ ସମ୍ମୁଖରେ ପିସିସି ସଭାପତି ମାନଙ୍କ ନେତୃତ୍ୱରେ ସରକାରଙ୍କ ଛାତ୍ର ମାରଣ ନୀତି ବିରୋଧରେ ପ୍ରତିବାଦ କରାଯାଇଛି l

    ଓଡିଶା ରାଜଭବନ ସମ୍ମୁଖରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ସରକାରଙ୍କ ବିରୋଧରେ ପ୍ରତିବାଦ କରାଯାଇ ଶିକ୍ଷାମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା, ଛାତ୍ରଙ୍କ ପରୀକ୍ଷାକୁ ନେଇ ସଂସଦରେ ସମ୍ପୂର୍ଣ ଏକ ଆଲୋଚନା ଓ ଛାତ୍ରଙ୍କ ବିରୋଧରେ ଦାୟର କରାଯାଇଥିବା ଏତଲାକୁ ରଦ୍ଦ କରିବା ପାଇଁ ତିନିଗୋଟି ଦାବୀ କରା ଯାଇଥିଲା l
    ଏଇ ପ୍ରତିବାଦ ସଭାରେ ପିସିସି ସଭାପତି ଗଣମାଧ୍ୟମକୁ କହିଥିଲେ ଯେ, ଛାତ୍ରଙ୍କ ଉପରେ ଲାଠି ଗଣତାନ୍ତ୍ରିକ ରାଷ୍ଟ୍ରପ୍ରତି ଅପମାନ l ଆମ ନେତା ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ ଛାତ୍ରଙ୍କ ଅଧିକାର ପାଇଁ ଦେଶବ୍ୟାପୀ "ଛାତ୍ରୋଂ କି ଗୁଞ୍ଜ" ବିରାଟ କାର୍ଯ୍ୟକ୍ରମ ଚାଲିଛି l ଛାତ୍ରଙ୍କ ଭବିଷ୍ୟତ ସହିତ କୌଣସି ପ୍ରକାର ସାଲିସ କଂଗ୍ରେସ କରିବ ନାହିଁ ଯଦି ଆଗକୁ ଆମ ଦାବୀ ସରକାର ରକ୍ଷା କରିବ ନାହିଁ ତେବେ ଆନ୍ଦୋଳନକୁ ରାଜରାସ୍ତାରେ ବ୍ୟାପକ କରାଯିବ ବୋଲି କହିଛନ୍ତି l 
    ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ଦାସଙ୍କ ସହ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, ବିଧାୟକ ତାରା ପ୍ରସାଦ ବାହିନୀପତି, କଂଗ୍ରେସ ନେତା ଶିବାନନ୍ଦ ରାୟ, ବିଧାୟକ ରାଜନ ଏକ୍କା, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ୟାଶୀର ନାୱାଜ, ସୁଦର୍ଶନ ଦାସ, ମାନସ ମଲ୍ଲିକ, ହଳଧର ସେଠୀ, ମନୋରଞ୍ଜନ ଦାସ, ଅମିତା ବିଶ୍ୱାଳ, ରାଜୀବ ପଟ୍ଟନାୟକ, ବିଭୁତି ଭୂଷଣ ମହାପାତ୍ର, ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook