Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସୋଫିଆ ଇସ୍ତଫା ଦେଇ ନିର୍ବାଚନ ଲଢନ୍ତୁ: କଂଗ୍ରେସ

    Share on :
    ajab-Image
    Date: Apr 17, 2026    Views: 2627

    କଟକ: କଟକ ବାରବାଟୀର ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ ସଦ୍ଯ ଆତ୍ମ ପ୍ରକାଶ କରିଥିବା ଓଡିଶା ଜନ କଂଗ୍ରେସ ଦଳର ଦଳୀୟ ସମାବେଶ ମଞ୍ଚକୁ ଯାଇ ଭାଷଣ ଦେବା ସାମ୍ବିଧାନିକ ନିୟମର ଉଲଘଂନ ସହିତ କଂଗ୍ରେସର ଆଚରଣ ବିଧି ଉଲଂଘନ କରୁଛି ଏବଂ ସେହି ପରିପେକ୍ଷୀରେ କଂଗ୍ରେସ ଭବନରେ ପିସିସି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପିସିସି ସାମାଜିକ ଗଣମାଧ୍ୟମର  ଅଧ୍ଯକ୍ଷ ବିଶ୍ବଜିତ ମହାନ୍ତି କହିଲେ, ନିଲମ୍ବିତ ବିଧାୟିକା ଅନ୍ଯଦଳକୁ ଯାଇ ଭାଷଣ ଦେବା କଂଗ୍ରେସ ଦଳକୁ କ୍ଷୁବ୍ଧ କରିଛି ଏବଂ କଟକ କଂଗ୍ରେସ ପକ୍ଷରୁ ତାଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ତାଙ୍କ ଏତାଦୃଶ କାର୍ଯ୍ୟକଳାପ କଂଗ୍ରେସ ଦଳୀୟ ନିୟମ ଭଙ୍ଗ ସହିତ ନିର୍ବାଚିତ ପ୍ରତିନିଧି ଆଚରଣବିଧିର ଦଶମ ପରିଚ୍ଛେଦ ନିୟମାନୁଯାୟୀ ସଭ୍ଯପଦ ରଦ୍ଦ କରାଯାଉ କିମ୍ବା ସେ ଇସ୍ତଫା ଦିଅନ୍ତୁ । ଅନ୍ଯ କୌଣସି ଦଳରୁ ନିର୍ବାଚନ ଲଢି ନିଜ ସାହସିକତା ପ୍ରଦର୍ଶନ କରନ୍ତୁ। 

    ସେ କଂଗ୍ରେସକୁ ନେଇ ପାସ ଫେଲର କଥା ଉଠାଇଛନ୍ତି କଟକରେ ଶହେ ବର୍ଷରୁ ଉର୍ଦ୍ଧ୍ବଧରି କଂଗ୍ରେସ ରହିଛି ଓ ରହିବ ତାଙ୍କ ପାସ ଫେଲ ଦେବାର ଆବଶ୍ୟକତା ନାହିଁ।

     କଟକ ସିଟି କଂଗ୍ରେସ ସଭାପତି ଶାନ୍ତାୟନ ମିଶ୍ର କହିଛନ୍ତି ମୋକିମଙ୍କ ନେତୃତ୍ୱରେ ଓଜେପି ଗଠନ ହୋଇଛି।  ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରା ଯାଇଥିଲା। ବର୍ତ୍ତମାନ ତାଙ୍କ ଝିଅଙ୍କୁ ନିଲମ୍ବିତ କରାଯାଇଛି ପୂର୍ବରୁ ଏଭଳି ଏକ ଘଟଣା ପାଇଁ ଶରଦ ଯାଦବ ଙ୍କ ପ୍ରାର୍ଥିତ୍ବ ରଦ୍ଦ ହୋଇଥିବାର ନଜିର ରହିଛି ତେଣୁ ସେହି ନ୍ଯାୟରେ ସୋଫିଆଙ୍କ ସଭ୍ଯପଦ ମଧ୍ୟ ରଦ୍ଦ ହେବା ଉଚିତ ।ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହିତ ଆଲୋଚନା ପରେ ଆମର ଗୋଟିଏ ଦଳ ମାନନୀୟା ବାଚସ୍ପତିଙ୍କ ନିକଟରେ ଏକ ଅଭିଯୋଗ ପତ୍ର ଦାଖଲ କରିବେ। 
    ପୂର୍ବତନ ପିସିସି ସଂପାଦକ ବିଶ୍ବଜିତ ଦାସ କହିଛନ୍ତି ଯେ, ନୂଆ ରାଜନୈତିକ ଦଳ ଆତ୍ମପ୍ରକାଶ କରିଛି କିନ୍ତୁ ମାନ୍ଯତା ମିଳିନାହିଁ ଏବଂ ଏହାର ପ୍ରତିଷ୍ଠାତା ନିଲମ୍ବିତ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଅଟନ୍ତି। ମୋକିମ ବାବୁ ପୂର୍ବରୁ ଦଳବିରୋଧୀ କାର୍ଯ୍ୟ ଓ ବିରୋଧୀଦଳର ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ନିର୍ବାଚନ ରେ ଭୋଟ ଦେଇଥିଲେ। ପୁଣି ସେ ନିର୍ବାଚନରେ ଭାଗନେବା ପାଇଁ ଅଯୋଗ୍ଯ ଘୋଷଣା ହେବାପରେ ତାଙ୍କ ଅସମୟରେ କଂଗ୍ରେସ ଦଳ ମୋକିମଙ୍କ ପଛରେ ଚଟାଣ ଭଳି ଛିଡା ହୋଇଥିଲା ଓ ତାଙ୍କ ବଦଳରେ ତାଙ୍କ ଝିଅକୁ ବିଧାୟିକା କରିଥିଲା। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆଶା ଥିଲା, ସୋଫିଆ କଂଗ୍ରେସର ନେତୃତ୍ବ ନେବେ କିନ୍ତୁ ସେ ନିଜ ବାପାଙ୍କ ପଥ ଅନୁସରଣ କରି ବିଶୃଙ୍ଖଳିତ ଆଚରଣ ପାଇଁ ଦଳରୁ ନିଲମ୍ବିତ ହେଲେ। ତେଣୁ ତାଙ୍କର ଇସ୍ତଫା ଦେବା ସମସ୍ତଙ୍କ ପାଇଁ ଶୁଭଙ୍କର ହେବ। ଉପସ୍ଥିତ ସମସ୍ତ କର୍ପୋରେଟର ଓ ମୁଖପାତ୍ର ମତ ରଖିଥିଲେ ଯେ, ଯଦି ବିଧାୟିକଙ୍କ ସଦସାହସ ଅଛି ତେବେ ସେ ଓଜେସି କିମ୍ବା ବିଜେପି ଟିକେଟରେ ଲଢିକି ନିର୍ବାଚନ ଜିତି ପ୍ରମାଣିତ କରନ୍ତୁ। କଂଗ୍ରେସ ଭୋଟରେ ଜିତି ବିଧାୟିକା ହୋଇ ଅନ୍ଯଦଳରେ ଶରଣ ପସିବାଯୋଗୁଁ କଟକବାସୀ ନିଜକୁ ବିଶ୍ବାସଘାତକତାର ଶିକାର ହୋଇଥିବା ଅନୁଭବ କରୁଛନ୍ତି। ବିଧାୟିକା ପଦରୁ ଇସ୍ତଫା ଦେଇ ଅନ୍ଯ ଦଳରୁ ନିର୍ବାଚନ ଲଢିବା ପାଇଁ ବିଧାୟିକା ଫିର୍ଦୋଷକଙ୍କୁ ସମସ୍ତେ ଆହ୍ବାନ କରିଛନ୍ତି। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook