ମୁଖ୍ୟ ଖବର
ନୂଆଦିଲ୍ଲୀ; ଆଗାମୀ ଆସାମ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ସେମାନଙ୍କର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ବିଭିନ୍ନ ଦଳର ନେତାଙ୍କ ମଧ୍ୟରେ ବୟାନବାଜି ବି ଆରମ୍ଭ ହୋଇଛି । ଏହାରି ଭିତରେ କଂଗ୍ରେସ ଦଳ ତାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । କଂଗ୍ରେସ ଦଳ ଦ୍ୱାରା ପ୍ରକାଶିତ ପ୍ରଥମ ତାଲିକାରେ ୪୨ ଜଣ ପ୍ରାର୍ଥୀଙ୍କ ନାମ ଅନ୍ତର୍ଭୁକ୍ତ । ଏହି ତାଲିକାର ସବୁଠାରୁ ପ୍ରମୁଖ ନାମ ହେଉଛି ଆସାମ କଂଗ୍ରେସ ସଭାପତି ଏବଂ ସାଂସଦ ଗୌରବ ଗୋଗୋଇ । ଯିଏ ଆସାମର ଜୋରହାଟ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଆସାମ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ।
କଂଗ୍ରେସ ଜାରି କରିଥିବା ତାଲିକାରେ ପ୍ରାର୍ଥୀ ଭାବେ ବାରପେଟା ଆସନରୁ ମହାନନ୍ଦ ସାର୍କ, ହାଜୋ-ସୁଆଲୁକୁଚି ଆସନରୁ ନନ୍ଦିତା ଦାସ, କମଲପୁର ଆସନରୁ ସତ୍ୟବ୍ରତ କଳିତା, ଡିସପୁର ଆସନରୁ ମୀରା ବୋରଥକୁର ଗୋସ୍ବାମୀ, ବାରଖଟୀ ଆସନରୁ ଡିଗାନ୍ତ ବାରମାନ, ନାଥୁଲବୁରୀ ଆସନରୁ ଅମୂଲ୍ୟ କୁମାର ସରମାଙ୍କ ନାମ ଏହି ତାଲିକାରେ ସିପାଜହର ଆସନରୁ ସାଇକିଆ, ଜାଗିରୋଡ ଆସନରୁ ବାବୁଲ ଦାସ, ରାହ ଆସନରୁ ଉତ୍କଳ ବାନିଆ, ବାରଚାଲା ଆସନରୁ ରିପୁନ ବୋରା, ବିହପୁରିଆ ଆସନରୁ ନାରାୟଣ ଭୁୟାନ, ଜୋନା ଆସନରୁ ରାଜକୁମାର ମେଡକ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ସେହିପରି ଡୁମଡୁମା ଆସନରୁ ଦୁର୍ଗା ଭୂମିଜ, ଦୁଲିଆଜାନ ଆସନରୁ ଧ୍ରୁବ ଗୋଗୋଇ, ପ୍ରଣତି ଫୁକନ, ନାହରକାଟିଆ ଆସନରୁ ଉତ୍ପଳ ଗୋଗୋଇ, ସୋନାରୀ ଆସନରୁ ଉତ୍ପଳ ଗୋଗୋଇ, ଡେମୋ ଆସନରୁ ଅଜୟ କୁମାର ଗୋଗୋଇ, ମାଜୁଲି ଆସନରୁ ଇନ୍ଦ୍ରନୀଲ ପେଗୁ, ନାଜିରା ଆସନରୁ ଦେବବ୍ରତ ସାୟକ୍ୟ, ଗୋଲାଘାଟ ଆସନରୁ ବିତୁପନ ସାୟକ୍ୟ, ବୋକାଜାନ ଆସନରୁ ରତନ ଇଙ୍ଗତି, ଲଖିପୁର ଆସନରୁ ଶାନ୍ତି କୁମାର ସିହ୍ନା, ବରଖୋଲା ଆସନରୁ ଅମିତ କୁମାର କଲୱାର, ସିଲଚର ଆସନରୁ ଅଭିଜିତ ପାଉଲ, ସୋନାଇ ଆସନରୁ ଅମିନୁଲ ହକ ଲସ୍କର, କରିମଗଞ୍ଜ ଉତ୍ତର ଆସନରୁ ଜାକାରିଆ ଅହମ୍ମଦ, ପଥରକାଣ୍ଡି ଆସନରୁ କାର୍ତ୍ତିକ ସେନ ସିହ୍ନା ଏବଂ ରାମ କୃଷ୍ଣ ନଗର ଆସନରୁ ସୁରୁଚି ରାୟଙ୍କୁ ଟିକେଟ ଦିଆଯାଇଛି ।
ଗୌରବ ଗୋଗୋଇଙ୍କୁ ଟିକେଟ ମିଳିଥିବାରୁ ସେ କଂଗ୍ରେସ ନେତୃତ୍ୱକୁ ଧନ୍ୟବାଦ ଜଣାଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସିପିପି ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟ ତାଙ୍କ ଉପରେ ବିଶ୍ୱାସ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଗୋଗୋଇ କହିଛନ୍ତି ସେମାନଙ୍କ ବିନା ଏହି ପଦବୀରେ ପହଞ୍ଚି ପାରିନଥାନ୍ତେ ବୋଲି କହିଛନ୍ତି ।
Comments ସମସ୍ତ ମତାମତ