Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବଜେଟ ଅଧିବେଶନ: ରଣନୀତି ସହ ସମ୍ପୂର୍ଣ ପ୍ରସ୍ତୁତ କଂଗ୍ରେସ

    Share on :
    ajab-Image
    Date: Feb 17, 2026    Views: 2866

     ଓଡ଼ିଶା ବିଧାନସଭାର ଆଗାମୀ ବଜେଟ ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ କଂଗ୍ରେସ ବିଧାୟକ ଦଳ ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ ଦଳର ରଣନୀତି ଉପରେ ଆଲୋଚନା କରିଛନ୍ତି କ୍ଷଗଣମାଧ୍ୟମକୁ ବିବୃତି ଦେଇ ଶ୍ରୀ ଦାସ କହିଛନ୍ତି ଯେ, ଏକ ଦାୟିତ୍ୱବାନ ବିରୋଧୀ ଦଳ ଭାବରେ, ଲୋକଙ୍କ ସମସ୍ୟାକୁ ଉପସ୍ଥାପିତ କରିବା ସହ ସରକାରଙ୍କ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଆମେ ଦୃଢ଼ ପ୍ରତିବଦ୍ଧ । କୃଷକଙ୍କୁ ଠକାମୀ ଏବଂ ଲୁଟ, ଶିଳ୍ପସଂସ୍ଥା ଗୁଡିକର ପ୍ରଦୂଷଣ ଓ ବିସ୍ଥାପନ ସମସ୍ୟା, ମହାନଦୀ ଜଳ ବିବାଦ, କୃଷକଙ୍କୁ ମାଗଣା ବିଜୁଳି ଓ ଉପଭୋକ୍ତାଙ୍କୁ କରଛାଡ଼ କ୍ଷ ନାରୀ ସୁରକ୍ଷା ସମ୍ମାନ ଓ ନ୍ୟାୟ, ଯୁବକଙ୍କୁ ରୋଜଗାର, ଦଳିତ ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ, ଚାକିରୀ କେଳେଙ୍କାରୀ ଆଦି ସମସ୍ତ ବିଷୟ ତଥା ସାଧାରଣ ଜନତାଙ୍କୁ ସରକାର ଦେଇଥିବା ପ୍ରତିଶୃତି ପାଳନରେ ଅସମର୍ଥତା ନେଇ କଂଗ୍ରେସ ଦଳ ପକ୍ଷରୁ ସରକାରଙ୍କୁ ଘେରାଯିବା କାର୍ୟ୍ୟକ୍ରମ ରହିଛି ବୋଲି ପ୍ରକାଶ କରିଛନ୍ତି କ୍ଷ

    ଏହି ଆଲୋଚନାରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ଓଡିଶା କଂଗ୍ରେସ ସହ ପ୍ରଭାରୀ ଜେଟ୍ଟୀ କୁସୁମ କୁମାରଙ୍କ ସମେତ ସମସ୍ତ ବିଧାୟକ ଉପସ୍ଥିତ ଥିଲେ କ୍ଷ

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook