ମୁଖ୍ୟ ଖବର
ଭୁବନେଶ୍ୱର ; ଗଜପତି ଜିଲ୍ଲା ଚନ୍ଦ୍ରଗିରିରେ ଘଟିଥିବା ଅତ୍ୟନ୍ତ ଲଜ୍ଜ୍ୟାଜନକ ଦୁଷ୍କର୍ମ ଘଟଣା ଉପରେ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା lଏହି ସାମ୍ବାଦିକ ସମ୍ମିଳନୀରେ ପିସିସିର ବରିଷ୍ଠ ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ ଗଭୀର ଉଦବେଗ ପ୍ରକାଶ କରି କହିଲେ ଯେ, ଓଡିଶା ମହିଳା ମାନଙ୍କ ପାଇଁ ଏକ ଅସୁରକ୍ଷିତ ସ୍ଥାନ ପାଲଟି ଯାଇଛି ଏନସିଆରବି ରିପୋର୍ଟ ଅନୁସାରେ ମହିଳାଙ୍କ ଉପରେ ହିଂସାରେ ଓଡିଶା ଏକ ନମ୍ବର ହୋଇଥିବା ବେଳେ ମହାରାଷ୍ଟ୍ର ଦୁଇ ନମ୍ବରରେ ଅଛି ଏବଂ ଏସବୁ ସ୍ଥାନରେ ଚାରି ଇଂଜିନ ବିଶିଷ୍ଟ ସରକାର ଚାଲିଛି l
ଡିସେମ୍ବର 8.2025 ରେ ମୁଖ୍ୟମନ୍ତ୍ରୀ ଲିଖିତ ଭାବେ ଯାଇଛନ୍ତି, ରାଜ୍ୟରେ ମାତ୍ର 15 ମାସରେ 40943 ଜଣ ମହିଳାଙ୍କ ଉପରେ ହିଂସା ଘଟିଥିବାବେଳେ 4 ହଜାରୁ ଉର୍ଧ୍ଵ ମହିଳାଙ୍କୁ ଦୁଷ୍କର୍ମର ଶିକାର ହେବାକୁ ପଡିଛି l ଦୁର୍ଭାଗ୍ୟର କଥା ଗୋପାଳପୁର ଗଣଦୁଷ୍କର୍ମ ପରେ ଆମେରିକା ରାଷ୍ଟ୍ରପତି ଆଡ଼ଭାଇଜରୀ ଜାରୀକରି ତାଙ୍କ ଦେଶର ମହିଳାଙ୍କୁ ଓଡିଶା ଆସିବାକୁ ବାରଣ କରିଥିଲେ l ଯାହା ଫଳରେ ସାରା ବିଶ୍ୱରେ ଓଡିଶା ବଦନାମ ହୋଇଥିଲା l ସାରା ବିଶ୍ୱରେ ମୁଣ୍ଡ ତଳକୁ ହେଲାପରେ ମଧ୍ୟ ସରକାରଙ୍କ ଚେତା ପଶିଲା ନାହିଁ l ପୁନର୍ବାର ଗତ 8 ତାରିଖ ଦିନ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଜଣେ 7 ବର୍ଷର ତିବ୍ବତୀୟାନ ଶିଶୁକନ୍ୟା ଦୁଷ୍କର୍ମ ଶିକାର ହୋଇଛି l ସାରା ଭାରତରେ ତିବ୍ବତୀୟାନ ଶିଶୁ ଦୁଷ୍କର୍ମର ଶିକାର ହେବା ଏହା ପ୍ରଥମ ଘଟଣା l ଚନ୍ଦ୍ରଗିରି ଏକ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳ l ବିଶ୍ୱର ସମସ୍ତ ତିବ୍ବତୀୟାନ ଏଠାକୁ ଆସିଥାନ୍ତି l 1964 ମସିହାରୁ ପ୍ରାୟ 2500 ତିବ୍ବତୀୟାନ ଗଜପତି ଜିଲ୍ଲାର 5 ଟି କ୍ୟାମ୍ପରେ ରହି ଆସୁଛନ୍ତି l ସେଥିମଧ୍ୟରୁ ଚନ୍ଦ୍ରଗିରି ଅନ୍ୟତମ l ସେମାନଙ୍କୁ ସୁରକ୍ଷା କେନ୍ଦ୍ର ଓ ରାଜ୍ୟ ଉଭୟ ସରକାରଙ୍କ l ନିଜେ ଦଳାଇ ଲାମା ଚନ୍ଦ୍ରଗିରିର ଆନ୍ତର୍ଜାତିକ ମୋନାଷ୍ଟ୍ରି ପ୍ରତିଷ୍ଠା କରିଥିଲେ ଓ ଅନେକ ସମୟରେ ନିଜେ ପରିଦର୍ଶନ କରନ୍ତି ଓ ଶାନ୍ତିର ବାର୍ତ୍ତା ଦେଇଛନ୍ତି l କିନ୍ତୁ ଆଜି ଯାହା ଘଟିଗଲା ସେଥିପାଇଁ ରାଜ୍ୟ ଓ କେନ୍ଦ୍ରର ପର୍ଯ୍ୟଟନ ମନ୍ତ୍ରୀ ଦାୟୀ ହେବା ସଙ୍ଗେ ସଙ୍ଗେ ଉଭୟ ଗୃହ ବିଭାଗ ମଧ୍ୟ ଦାୟୀ l
ବାଲିହରଚଣ୍ଡିରେ ଗଣ ଦୁଷ୍କର୍ମ ହେଲା, ସରକାର ତଥାପି କଡା ସୁରକ୍ଷା ବ୍ୟବସ୍ଥା କଲେ ନାହିଁ l ଗୋପାଳପୁର ଗଣଦୁଷ୍କର୍ମ ହେଲା, ଧଉଳିରେ ସେଇ ସମାନ ଘଟଣା ଘଟିଲା l ପ୍ରତିଦିନ 15 ରୁ ଉର୍ଧ୍ଵ ଦୁଷ୍କର୍ମ ହେଊଛି କିନ୍ତୁ ସରକାର କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନ ନେବା କାରଣରୁ ଦୁଷ୍କର୍ମକାରୀଙ୍କ ମନୋବଳ ବୃଦ୍ଧି ପାଉଛି l ସରକାରଙ୍କ ଉଦାସୀନତା ପାଇଁ ଆଜି ପୁଣି ଓଡିଶା ବିଶ୍ୱ ଦରବାରରେ ନିନ୍ଦିତ ହେଲା l
ଏହି ଘଟଣା ବିଷୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜାଣିଛନ୍ତି ନା ନାହିଁ l ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଏ ବାବଦରେ ଅବଗତ କରାଇଛନ୍ତି ନା ନାହିଁ l ଏହା ଉପରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉତ୍ତର ରଖନ୍ତୁ l କାରଣ ଏହା ଓଡିଶା ସମେତ ଦେଶର ସମ୍ମାନ ଉପରେ ପ୍ରଶ୍ନ ଉଠୁଛି ବୋଲି ଶ୍ରୀମତୀ ସାହୁ କହିଛନ୍ତି l
ପିସିସିର ଅନ୍ୟତମ ମୁଖପାତ୍ର ବିଭୁତି ଭୂଷଣ ମହାପାତ୍ର ଦୁଷ୍କର୍ମକୁ ନେଇ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ବିଜେଡି ଶାସନରେ ଥିବାବେଳେ ଶାସକ ଦଳ ବିଜେପି ଆଇନ କାନୁନହୀନ ଶାସନ ବୋଲି ବାରମ୍ବାର କହୁଥିଲେ କିନ୍ତୁ ଆଜି ଓଡ଼ିଶାରେ ଗଣ ଦୁଷ୍କର୍ମ ଓ ନାରୀ ହିଂସା କ୍ଷେତ୍ରରେ ରେକର୍ଡ ଭାଙ୍ଗିଛି l ସରକାର କଣ ଉତ୍ତର ଦେବେ ? ପ୍ରତ୍ୟେକ ଦୁଃଖଦ ଘଟଣାରେ ମୁହଁ ଖୋଲୁ ନଥିବା ମୁଖ୍ୟମନ୍ତ୍ରୀଙ୍କୁ ଚନ୍ଦ୍ରଗିରି ଘଟଣାରେ ମୁହଁ ଖୋଲିବାକୁ ପଡ଼ିବ l ମୁଖ୍ୟମନ୍ତ୍ରୀ ନିଜେ ଗୃହବିଭାଗ ଦାୟିତ୍ୱ ସମ୍ଭାଳୁଛନ୍ତି ତେଣୁ ସେ ସିଧାସଳଖ ଉତ୍ତରଦାୟୀ l ଏହି ଅଯୋଗ୍ୟ ସରକାର ପାଇଁ ଓଡିଶା ଦେଶ ବିଦେଶରେ ନିନ୍ଦିତ ହେଊଛି l ଓଡ଼ିଶାରେ ଘଟୁଥିବା ନାରୀ ହିଂସା ବିଷୟରେ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ସାଧାରଣ ଜନତାଙ୍କ ଆଗରେ ଉପସ୍ଥାପନ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବୀ କରିଥିଲେ l
Comments ସମସ୍ତ ମତାମତ