Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସରକାରୀ ପ୍ରୋତ୍ସାହନରେ ଚାଲିଛି ଅବୈଧ ବାଲି ଖନନ

    Share on :
    ajab-Image
    Date: Dec 4, 2025    Views: 2712

    ଭୁବନେଶ୍ୱର: ବେଆଇନ ବାଲି ଖନନ ଦ୍ୱାରା ଓଡିଶା କିଭଳି ପ୍ରାକୃତିକ ବିପତ୍ତିମୁହାଁ ହେଉଛି ଏବଂ ନଦ ନଦୀ ମରଣ ଆଡକୁ ଗତି କରୁଛି, ଏହି ବିଷୟକୁ ନେଇ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ସାମାଜିକ ଓ ପରିବେଶ କର୍ମୀ ତଥା ମହାନଦୀ ବଞ୍ଚାଅ ଅଭିଯାନର ଆବାହକ ସୁଦର୍ଶନ ଦାସ ଏବଂ ମୁଖପାତ୍ର ମଧୁସ୍ମିତା ଆଚାର୍ଯ୍ୟ ଯୋଗଦେଇ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି
     ଶ୍ରୀ ଦାସ କହିଛନ୍ତି ଯେ, ଓଡିଶା ରେ ମହା ବାଲି ଲୁଟ ଯୋଗୁଁ ସମସ୍ତ ନଦନଦୀ ଆଜି ମୃତ୍ୟୁ ମୁଖରେ ନଦୀର ପର୍ଯ୍ୟାବରଣ ଜୈବ ବିବିଧତା ପ୍ରଦୂଷଣ ଯୋଗୁଁ ଧ୍ବଂସମୁଖରେ l ବେଆଇନ ନଦୀବାଲି ଖନନ ଯୋଗୁଁ କେଵକ ଯେ ପ୍ରାକୃତିକ ସନ୍ତୁଳନ ବିଗିଡି ନାହିଁ, ସାମାଜିକ ଅଧପତନ ମଧ୍ୟ ଘଟିଛି l ବାଲି ଖନନରେ ମାଫିଆ ଏବଂ ରାଜନୀତିକ ସମ୍ପୃକ୍ତି ଦ୍ୱାରା ଗାଁ ଗଣ୍ଡାରେ ହତ୍ୟା ଆଦି ଅପରାଧ ବୃଦ୍ଧି ପାଇବାରେ ଲାଗିଛି ଯାହା ଉଦବେଗର ବିଷୟ l ବାଲି ଖନନକୁ ନେଇ ଅପରାଧ ଶ୍ରେଣୀରେ ପୂର୍ବଭାରତରେ ଓଡିଶା ଦ୍ୱିତୀୟ ନମ୍ବରରେ ଅଛି l ବେଆଇନ ବାଲି ଖନନକୁ ଯିଏ ବିରୋଧ କଲା ତା ଉପରେ ମରଣlତ୍ମକ ଆକ୍ରମଣ ହେଉଛି l ବାଲି ମାଫିଆ ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି l ପିସିସି ସଭାପତି ଭକ୍ତ ଚରଣ ଦାସ ବେଆଇନ ବାଲି ଖନନ ପଛରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଅଛି ବୋଲି ଗଣମାଧ୍ୟମ ସାମ୍ନାରେ ସିଧାସଳଖ ଅଭିଯୋଗ କଲେ କିନ୍ତୁ ଅଭିଯୋଗ ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିଲା ନାହିଁ l ତେଣୁ ଆମେ ଅନୁମାନ କରୁଛୁଁ ଯେ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବୋଲି ସ୍ୱୀକାର କରିଛନ୍ତି l
    ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝର ଜିଲ୍ଲlର ଆନନ୍ଦପୁର ବୈତରଣୀ ନଦୀ ରେ 32 ଗୋଟି ବାଲି ଖାଦାନ କାର୍ଯ୍ୟ କରୁଛି ଏବଂ ତାହାକୁ ସେଠାକାର ସାଂସଦଙ୍କ ଲୋକ ପରିଚାଳନା କରୁଛନ୍ତି l ତେବେ ଏହା କଣ ମୁଖ୍ୟମନ୍ତ୍ରୀ ଙ୍କ ଅଗୋଚର ରେ ସମ୍ଭବ କି?
    ସରକାର ବାଲି ମାଫିଆଙ୍କ  ବିରୋଧରେ ଶୂନ୍ୟ ସହନଶୀଳତା ଲାଗୁ କରାଯିବ ବୋଲି ବାରମ୍ବାର ଘୋଷଣା କରିଥିଲେ l ମାର୍ଚ୍ଚ 2025 ରେ ଏକ ଏସଓପି  ଆଣିଥିଲେ ଏବଂ ଏଥିରେ ପଂଚାୟତ ଏବଂ ଜିଲ୍ଲା ସ୍ତରରେ କମିଟି ଗଠନ କରି ବିଭିନ୍ନ ନିୟମ ଅନୁଯାୟୀ ବାଲି ଖନନ କରାଯିବା ପ୍ରସ୍ତାବ ଥିଲା l ପୁଣି 2025 ନଭେମ୍ବରରେ ବାଲି ଖନନକୁ ନେଇ ପୁଣି ଏକ ଆଇନ ଜାରି କଲେ l ବାଲି ବୋଝେଇ ଗାଡି କୌଣସି ଜନବସତି ଦେଇ ଯିବା କଥା ନୁହଁ l ନଦୀର କେଉଁ ସ୍ଥାନରୁ ବାଲି ନିଆଯିବ ଓ ଖନନ କରାଯିବ ନାହିଁ ଏ ସବୁ ନିୟମ ପୂର୍ବରୁ ଅଛି କିନ୍ତୁ ସରକାର ପାଳନ କରୁନାହାନ୍ତି l ବାଲି ଖନନ ଦ୍ୱାରା ଓଡିଶାକୁ ଭୟଙ୍କର ବିପତ୍ତି ମାଡି ଆସୁଛି l
    ଓଡିଶାର ନଦୀ ନାଳ ମୃତ୍ୟୁର ନିକଟବର୍ତ୍ତୀ  l କେବଳ କିଛି ବାଲି ଗାଡିକୁ ଜବତ କଲେ ହେବନି ସରକାର ବେଆଇ ବାଲି ଖନନରେ ସମ୍ପୃକ୍ତ ଥିବା ମାଫିଆ ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କୁ କାଠଗଡାକୁ ଆଣନ୍ତୁ l ଏବଂ ସାମିଲ ଥିବା ନେତା ମାନଙ୍କ ନାମ ପ୍ରକାଶ କରନ୍ତୁ ବୋଲି ଶ୍ରୀ ଦାସ ଦାବୀ କରିଥିଲେ l
    ଉପସ୍ଥିତ ମୁଖପାତ୍ର ଶ୍ରୀମତୀ ଆଚାର୍ଯ୍ୟ ଯାଜପୁର ଜିଲ୍ଲାରେ ବେଆଇନ ବାଲି ଖନନ ଉତ୍କଟ ସମସ୍ୟା ହେଲାଣି ବୋଲି ପ୍ରକାଶ କରିଥିଲେ l ସେ ପୁଣି କହିଥିଲେ ଯେ, ଧର୍ମଶାଳା ବିଧାୟକଙ୍କ ସମର୍ଥନରେ ଖୋଲା ଖୋଲି ବେଆଇନ ବାଲି କାରବାର ଚାଲିଛି ଏବଂ ସରକାର ନିରବଦ୍ରଷ୍ଟା ସାଜିଛି l
    ସବୁଜିମା ଭରା ସୁନ୍ଦର ଯାଜପୁର ଏବଂ ବିଶେଷ କରି ଧର୍ମଶାଳାର ପରିସ୍ଥିତି ଅତ୍ୟନ୍ତ ସଂଗୀନ ବୋଲି ଶ୍ରୀମତୀ ଆଚାର୍ଯ୍ୟ କହିଥିଲେ l

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook