ମୁଖ୍ୟ ଖବର
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଅନିୟମିତତା ପ୍ରସଙ୍ଗକୁ ବିଜେଡି ଏବଂ ରାୟଗଡ଼ା ରେଳ ଡିଭିଜନ ଅବିଳମ୍ବେ କାର୍ୟ୍ୟକ୍ଷମ ଲାଗି କଂଗ୍ରେସ ଦଳ ଦାବି ଉପସ୍ଥାପନ କରିବ। ରବିବାର ସଂସଦ ପରିସରରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସର କୋରାପୁଟ ସାଂସଦ ସପ୍ତଗିରି ଉଲାକା କହିଛନ୍ତି ଯେ, ରାୟଗଡ଼ା ରେଳ ଡିଭିଜନକୁ ତୁରନ୍ତ କାର୍ୟ୍ୟକ୍ଷମ ପାଇଁ ଦାବି ଉପସ୍ଥାପନ କରାଯିବ। ପରିସ୍ଥିତି ଏପରିକି ଯେ ଡିଆରଏମ କାର୍ୟ୍ୟାଳୟ ପାଚେରୀ ନିର୍ମାଣ ନିଷ୍ପତ୍ତି ହୋଇପାରୁନାର୍ହି। ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ଲାଗି ଓଡ଼ିଶା ସରକାର ଅଦ୍ୟାବଧି କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ନେଇନାହାନ୍ତି। ବ୍ରହ୍ମପୁର-ଜୟପୁର ମଧ୍ୟରେ ପ୍ରସ୍ତାବିତ ଗ୍ରୀନ କରିଡ଼ର ପ୍ରସ୍ତାବ କାଗଜପତ୍ରରେ ସୀମିତ ରହିଯାଇଛି। ଏସବୁ ବିଷୟ ସହ ପୋଲାଭରମ ଓ କୋଟିଆ ପ୍ରସଙ୍ଗକୁ କଂଗ୍ରେସ ଲୋକସଭାରେ ଉଠାଇବ। ଦିଲ୍ଲୀ ବୋମା ବିସ୍ପୋରଣ ଘଟଣାରେ ମୋଦୀ ସରକାରଙ୍କ ବିଫଳତା, ଏସଆଇଆର ପ୍ରସଙ୍ଗରେ ଏନଡିଏ ସରକାରଙ୍କୁ କଂଗ୍ରେସ ଦଳ ସଂସଦରେ ଘେରିବ ବୋଲି ସାଂସଦ ଉଲାକା ଦର୍ଶାଇଛନ୍ତି।
Comments ସମସ୍ତ ମତାମତ