Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନିଆରା ଢ଼ଙ୍ଗରେ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ପାଳନ କଲା ଛାତ୍ର କଂଗ୍ରେସ

    Share on :
    ajab-Image
    Date: Jun 20, 2025    Views: 7196

    ଭୁବନେଶ୍ୱର : ରାହୁଲ ଗାନ୍ଧୀଙ୍କ ଜନ୍ମଦିବସ ଅବସରରେ ଛାତ୍ର କଂଗ୍ରେସ ତରଫରୁ ସାମାଜିକ ନ୍ୟାୟ ଆଧାରିତ ଚଳଚିତ୍ର “ଫୁଲେ” ପ୍ରଦର୍ଶିତ କରାଯାଇଛି । କଟକର ବୃନ୍ଦାବନ ହଲରେ ପ୍ରାୟ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହି ଚଳଚିତ୍ରକୁ ଦେଖିଥିଲେ । 

    ଏହି ଅବସରରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଲୋକସଭା ବିରୋଧି ଦଳର ନେତା ଜନନାୟକ ରାହୁଲ ଗାନ୍ଧୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ, ଯେପରି ଅତୀତରେ ଜ୍ୟୋତିଭା ଫୁଲେ ଓ ସାବିତ୍ରୀବାଇ ଫୁଲେ ସାମାଜିକ କୁସଂସ୍କାର, ଅଶିକ୍ଷା ଓ ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ବର୍ତ୍ତମାନ ସାରା ଦେଶରେ ଜାତିଗତ ଜନଗଣନା ପାଇଁ ଓ ନାରୀ ନ୍ୟାୟ ପାଇଁ ରାହୁଲ ଗାନ୍ଧୀ ଲଢ଼େଇ ଜାରି ରଖିଛନ୍ତି । “ଫୁଲେ” ଚଳଚିତ୍ର ଦେଖି ସାରିବା ପରେ ଛାତ୍ରମାନେ ଏକା ସ୍ୱରରେ କହିଥିଲେ ମୁଁ ବି ରାହୁଲ ଗାନ୍ଧୀ, ମୁଁ ବି ଆଣିପାରେ ସମାଜର ପରିବର୍ତ୍ତନ । ଏହି କାର୍ୟ୍ୟକ୍ରମରେ ଯୁବଛାତ୍ରଙ୍କ ଆଦର୍ଶ ମାନସ ଚୌଧୁରୀ, ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ବିପ୍ଲବ ଶୀଳାଦିତ୍ୟ, ମହମ୍ମଦ ଇମ୍‌ଦାଦ୍ ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook