ମୁଖ୍ୟ ଖବର
ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ସୃଷ୍ଟି ହେବ କି ନୂଆ ସମୀକରଣ । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କ ବୟାନ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ସେ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ବର୍ତ୍ତମାନ ଏକମାତ୍ର ବିକଳ୍ପ । କାରଣ ବିଜେଡି ଓ ବିଜେପି ଏକ । ଖାସ୍ କରି ଆମ ଦଳ ଛାଡିଥିବା ପୁରୁଖା ନେତାଙ୍କୁ ଘରକୁ ଫେରାଇବାକୁ ଆହ୍ୱାନ ଦେଇଛୁ । ଭୂପିନ୍ଦର ସିଂହ ନିଜେ ଅନୁଭବ କଲେଣି ଯେ କଂଗ୍ରେସ ପ୍ରସଙ୍ଗକୁ ନେଇ ଲଢେଇ କରୁଛି । ଆଗାମୀ ଦିନରେ କଂଗ୍ରେସ ରାଜ୍ୟରେ ସରକାର ଗଢିବ । ଆମେ ଅନେକ ନେତାଙ୍କୁ ଯୋଗାଯୋଗ କରିଛୁ , ଅନେକ ବି ଆମ ସହ ସଂପର୍କରେ ଅଛନ୍ତି ।
ଅନ୍ୟପଟେ ବିଜେଡି ନେତା ଭୂପିନ୍ଦର ସିଂ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଏବେ IPL ଚାଲିଛି, ଭଲ ପ୍ଲେୟାର୍ଙ୍କୁ ସମସ୍ତେ ନେବାକୁ ଚାହିଁବେ। ମୁଁ ଗୋଟେ ଭଲ ପ୍ଲେୟାର୍, ମୋ ପାଖରେ ସମର୍ଥନ ଅଛି। ଏବେ ମୋତେ କଂଗ୍ରେସରୁ ଅଫର୍ ଆସିଲାଣି। ୨୪ ନର୍ବାଚନରେ ବିଜେପି ଅଫର୍ ଦେଇଥିଲା, ଏବେବି ଦେଉଛନ୍ତି। ତେବେ କଂଗ୍ରେସକୁ ଫେରିବା ନେଇ ପଚାରିବାରୁ ସେ ସିଧା ଉତ୍ତର ନଦେଇ କହିଛନ୍ତି ଯେ ଭବିଷ୍ୟତକୁ କାହିଁକି ଯାଉଛ, ଆଜିରେ ବିଶ୍ୱାସ କର ?
Comments ସମସ୍ତ ମତାମତ