ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସ ତରଫରୁ ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇ “ ଶକ୍ତି ମାର୍ଚ୍ଚ” ଅନୁଷ୍ଠିତ ହୋଇଯାଇଛି । ୧୯୭୧ ମସିହାରେ ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପାକିସ୍ତାନକୁ କଡା ଜବାବ ଦେଇଥିଲେ ଏବଂ ପାକିସ୍ତାନକୁ ଦୁଇ ଫାଳ କରି ଆଉ ଏକ ଦେଶ ବାଗାଂଲାଦେଶକୁ ନିର୍ମାଣ କରିଦେଇଥିଲେ । ସେତେବେଳେ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କ ଉପରେ ଆମେରିକା ଚାପ ସୃଷ୍ଟି କରିଥିଲା କିନ୍ତୁ ସେ ଚାପକୁ ଖାତିର କରିନଥିଲେ କିନ୍ତୁ ଏବେକାର ପ୍ରଧାନମନ୍ତ୍ରୀ ଆମେରିକା ଚାପରେ ତୁରନ୍ତ ଯୁଦ୍ଧ ବିରତି ଘୋଷଣା କରିଦେଇଥିଲେ ଏହା ଭାରତ ପାଇଁ ଏକ ଲଜ୍ୟାକର ବିଷୟ । ତେଣୁ ସେଥିପାଇଁ ଆଜି ଇନ୍ଦିରା ଗାନ୍ଧୀଙ୍କୁ ଛାତ୍ର କଂଗ୍ରେସ ନେତା ମାନେ ମନପକାଇ ଏକ ପଦଯାତ୍ରା ଅନୁଷ୍ଠିତ କରିଥିଲେ। ଏହି କାର୍ୟ୍ୟକ୍ରମରେ ଶାହାରୁଖ ଖାନ, ଜଗଦିଶ ରାଉତ, ସାଇ ପ୍ରଭଞ୍ଜନ ମହାପାତ୍ର, ସିଦ୍ଧାନ୍ତ ଓମ ପ୍ରକାଶ , ଆଦିତ୍ୟ ଅଶୁଂମାନ ପାତ୍ର, ମହେଶ କୁମାର ଗରଡ, ଚିନ୍ମୟ ବେହେର , ଶିବ ରଞ୍ଜନ ସାହୁ, ଅମିୟ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ ।
Comments ସମସ୍ତ ମତାମତ