ମୁଖ୍ୟ ଖବର
ଭୁବନେଶ୍ୱର: କଣାସ ଝାଡ଼ାବାନ୍ତିକୁ ମହାମାରୀ ଘୋଷଣା କରିବା ପାଇଁ ଦାବି । କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କଣାସ ଝାଡ଼ାବାନ୍ତି ଘଟଣାର ଅନୁଧ୍ୟାନ କରିଲା ପରେ ଗତକାଲି (ଶୁକ୍ରବାର) ଏକ ସାମ୍ବାଦିକ ସମ୍ମିଳନୀରେ ମହାମାରୀ ଘୋଷଣା କରିବାକୁ ଦାବି କରିଛି ଦଳ । ସେହିପରି ଝାଡ଼ାବାନ୍ତିରେ ମୃତକଙ୍କ ପରିବାରକୁ ସରକାର ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ ବୋଲି ଦାବି କରିଛି । କଂଗ୍ରେସର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,"ହଇଜା ନିୟନ୍ତ୍ରଣରେ ବିଫଳ ସରକାର । ସରକାର ବେପରୁଆ ହୋଇଯାଇଛନ୍ତି । ଏହା ମହାମାରୀ ରୂପ ନେଇ ବଢ଼ିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ପଞ୍ଚାୟତ ବ୍ୟାପିବାରେ ଲାଗିଛି । ସରକାର ଏହାକୁ ମହାମାରୀ ଘୋଷଣା କରିବା କଥା କିନ୍ତୁ ଆଜି ଯାଏଁ ଘୋଷଣା କରିନାହାନ୍ତି । ଏହାର ପ୍ରତିକାର କେମିତି ହେବ ? ରୋଗ ଚିହ୍ନଟ କରୁନାହାନ୍ତି କି ଏହାର ନମୁନା ପରୀକ୍ଷା ହେଉନାହିଁ ? ଆରଏମଆରସିକୁ ପାଣି କିମ୍ବା ମଳର ନମୁନା ପଠାଯାଇନାହିଁ । ସରକାରଙ୍କ ଚିନ୍ତା ନାହଁ । ଆମେ ଭିନ୍ନ ସୂତ୍ରରୁ ବାହାରେ ପାଣିର ପରୀକ୍ଷା କରୁଛୁ ।ଚାରି ଜଣ ମୃତ୍ୟୁବରଣ କରିବା ସତ୍ତ୍ବେ ଜଣେ ମରିଛନ୍ତି ବୋଲି ଜନସ୍ବାସ୍ଥ୍ୟ ବିଭାଗ କହୁଛି । ଡବଲ ଇଞ୍ଜିନ ସରକାରରେ ଇଞ୍ଜିନ ଭିଡୁନି ।"
Comments ସମସ୍ତ ମତାମତ