Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଦିଲ୍ଲୀ ବିଧାନସଭା ନିର୍ବାଚନ:କଂଗ୍ରେସର ନୂଆ ରଣନୀତି

    Share on :
    ajab-Image
    Date: Jan 4, 2025    Views: 3605

    ନୂଆଦିଲ୍ଲୀ: ମାସକ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ନିର୍ବାଚନ ଲାଗି ସରଗରମ ହେଲାଣି ରାଜନୀତି । ଶାସକ ଦଳ ଆପ୍‌, ବିରୋଧୀ ବିଜେପି ଓ କଂଗ୍ରେସ ରଣନୀତି ସହ ମୈଦାନକୁ ଓହ୍ଲାଇଲେଣି । ପୂଜାରୀଙ୍କୁ ନେଇ ଆପ୍‌ ଖାସ ଯୋଜନା କରିଥିବା ବେଳେ ବିରୋଧୀ ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଠିକ୍‌ ସେମିତି କଂଗ୍ରେସ ବି ଲୋକାଭିମୁଖୀ ଯୋଜନା କରି ଭୋଟ୍‌ ନେବା ପାଇଁ ଯୋଜନା କରିଛି । ବିଶେଷ ଭାବରେ ମହିଳାଙ୍କୁ ସର୍ବାଧିକ  ଗୁରୁତ୍ବ ଦିଆଯାଇଛି । ଦଳ ଯଦି ଦିଲ୍ଲୀରେ ସରକାର କରେ ତାହାଲେ ମହିଳାଙ୍କୁ ମାସକୁ ୩ ହଜାର ଟଙ୍କା ସହିତ ସ୍ବାସ୍ଥ୍ୟ ବୀମା ମଧ୍ୟ ପ୍ରଦାନ କରାଯିବ । କେବଳ ଏତିକି ନୁହେଁ ଆହୁରି ଅନେକ ଯୋଜନା ଦଳ ପକ୍ଷରୁ ଘୋଷଣା କରାଯାଇଛି । ଖୁବଶୀଘ୍ର ଦଳ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯିବା ନେଇ ସୂଚନା ମିଳିଛି ।
    ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଜାନୁଆରୀ ୬ ତାରିଖରେ କଂଗ୍ରେସର ବରିଷ୍ଠ ନେତା ପ୍ରେସମିଟ୍‌ କରି ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରିବେ। ଏହାପରେ ପରେ ଦଳର ଜାତୀୟ ନେତା ଦିଲ୍ଲୀ ନିର୍ବାଚନ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ। ପୂର୍ବରୁ ଆପ୍‌ ଓ ବିଜେପି ପ୍ରଚାର ମୈଦାନକୁ ଓହ୍ଲାଇ ସାରିଛନ୍ତି। କେବଳ ଓହ୍ଲାଇଛନ୍ତି ତାହା ନୁହେଁ ବରଂ ମୋଦୀ ଗତକାଲି ଉଭୟ କଂଗ୍ରେସ ଓ ଆପ୍‌କୁ କଡ଼ା ଟାର୍ଗେଟ୍‌ କରିଥିଲେ । କହିଥିଲେ, ଦେଶରେ ଲଗାତାର ୧୦ ବର୍ଷ କଂଗ୍ରେସ ସରକାର କରିବା ପରେ ବି ବିକାଶ ଯେମିତି ହେବାର ଥିଲା ସେମିତି ହେଲା ନାହିଁ । ରାଜ୍ୟ ସରକାର କେନ୍ଦ୍ରକୁ ସହଯୋଗ କଲେ ବିକାଶ ଡବଲ ହେବ ବୋଲି କହିବା ସହିତ ସହରର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ମୋଦୀ କହିଛନ୍ତି । ସେପଟେ, ଆପ୍‌ ପକ୍ଷରୁ କେଜ୍ରିୱାଲ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଏଥର ବିଶେଷ ଭାବରେ ବ୍ରାହ୍ମଣଙ୍କ ଲାଗି ଯୋଜନା କରାଯାଇଥିବାରୁ ଚର୍ଚ୍ଚା ଜୋର ଧରିଛି ।

    Maximum 500 characters

    ରାଜନୀତି View all

    Find Us on Facebook