Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଦିଲ୍ଲୀରେ ଓଡ଼ିଶା କଂଗ୍ରେସର ଓଡ଼ିଆ ଅସ୍ମିତା ଲଢେ଼ଇ

    Share on :
    ajab-Image
    Date: Oct 18, 2024    Views: 2780

    ଭୁବନେଶ୍ବର: ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ନେଇ ପୁଣି ରାସ୍ତାକୁ ଓହ୍ଲାଇ ଗର୍ଜିଲା ଯୁବ କଂଗ୍ରେସ । ରାଜ୍ୟପାଳଙ୍କ ପୁଅକୁ ଗିରଫ ଓ ଏଏସଓଙ୍କୁ ନ୍ୟାୟ ଦାବି କରି ଗତକାଲି ଦିଲ୍ଲୀ ସ୍ଥିତ ଜନ୍ତରମନ୍ତରରେ ଧାରଣା ଦେଇଥିଲା ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ। ଯୁବ କଂଗ୍ରେସ ପୂର୍ବତନ ସଭାପତି ରଞ୍ଜିତ ପାତ୍ର ଏବଂ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ୟାସିର ନୱାଜ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏଥିସହ ଶତାଧିକ ଯୁବ କଂଗ୍ରେସ ନେତା ଦିଲ୍ଲୀରେ ଏକାଠି ହୋଇ ଧାରଣା ଦେଇଥିଲେ । ପୁରୀରେ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଲେ ହେଲେ ଏପର୍ୟ୍ୟନ୍ତ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ ପୋଲିସ । ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଲେ ହେଲେ ଓଡ଼ିଆ ଅସ୍ମିତା କଥା ଭୁଲିଗଲେ । ରାଜ୍ୟପାଳଙ୍କ ପୁଅ ବୋଲି ଆଇନ କ'ଣ ଅଲଗା ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

    ଯୁବ କଂଗ୍ରେସ ନେତା ରଞ୍ଜିତ ପାତ୍ର କହିଛନ୍ତି, ''ଏଏସଓଙଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା ୩ ମାସରୁ ଊର୍ଦ୍ଧ୍ବ ସମୟ ହୋଇଗଲାଣି । କିନ୍ତୁ ରାଜ୍ୟପାଳଙ୍କ ପୁଅକୁ ଗିରଫ କରାଯାଉନାହିଁ । କାହା ଚାପରେ ତାଙ୍କୁ ଗିରଫ କରାଯାଉନାହିଁ ? ତଦନ୍ତ ରିପୋର୍ଟ କୁଆଡେ ଗଲା ? ତା ପ୍ରତିବାଦରେ ଦିଲ୍ଲୀରେ ଧାରଣା ଦିଆଯାଇଛି । ଯେପର୍ୟ୍ୟନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ, ସେ ପର୍ୟ୍ୟନ୍ତ ଆନ୍ଦୋଳନ ତୀବ୍ରତର ହେବ । ଦିଲ୍ଲୀ ଓ ଓଡ଼ିଶାରେ ଏହି ଆନ୍ଦୋଳନ ଜାରି ରହିବ ।''

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook