Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଭାଙ୍ଗିଲା କଂଗ୍ରେସ କମିଟି

    Share on :
    ajab-Image
    Date: Jul 23, 2024    Views: 3159

    ଭୁବନେଶ୍ୱର: ରାଜ୍ୟରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଓଡ଼ିଶା ପ୍ରଦେଶର ସମସ୍ତ କମିଟି ଭଙ୍ଗ କରିଛି ଭାରତୀୟ ଜାତୀୟ କଂଗ୍ରେସ(ଏଆଇସିସି)। କଂଗ୍ରେସ ପିସିସି ସମେତ କାର୍ୟ୍ୟକାରୀ କମିଟି, ଜିଲା, ବ୍ଲକ ଓ ମଣ୍ଡଳସ୍ତରୀୟ କମିଟି ମଙ୍ଗ କରିଛି । ବର୍ତ୍ତମାନର ଜିଲା ସଭାପତିଙ୍କୁ କାମଚଳା ସଭାପତି ଦାୟିତ୍ୱ ଦିଆଯାଇଛି। ଏବେ ପ୍ରଶ୍ନ ହେଉଛି ଏବେ କିଏ ହେବେ ଓଡ଼ିଶା କଂଗ୍ରେସର ମଙ୍ଗୁଆଳ? କାହାକୁ ମିଳିବ ପିସିସି ସଭାପତି ପଦ ? ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ କିଏ ହେବେ ରେସ୍‌ରେ ଅନେକ ହେଭିଓ୍ବେଟ୍‌ଙ୍କ ନାଁ ଆଲୋଚନା ହେଉଛି। ମହମ୍ମଦ ମୋକିମ, ବିଜୟ ପଟ୍ଟନାୟକ, ଭକ୍ତ ଚରଣ ଦାସ ଏବଂ ପ୍ରସାଦ ହରିଚନ୍ଦନ ନାଁ ସାମ୍ନାକୁ ଆସିଛି। ଏହି ୪ ନେତାଙ୍କୁ ନେଇ ଦିଲ୍ଲୀ ଦରବାରରେ କସରତ ଆରମ୍ଭ ହୋଇଛି ।

    ଅନ୍ୟପଟେ ଓଡ଼ିଶା ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ଦେଢ଼ ମାସ ପରେ ବିଧାନସଭାରେ ବିଧାୟକ ଦଳ ନେତା ଚୟନ କରିଛି କଂଗ୍ରେସ। ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରିଛି। ଅଶୋକ ଦାସଙ୍କୁ ବିଧାୟକ ଦଳର ଉପନେତା ନିର୍ବାଚିତ କରାଯାଇଛି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook