Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ରୋଗ ପ୍ରତିରୋଧ ଶକ୍ତି ବଢ଼ାଏ ନଡ଼ିଆ ପାଣି

    Share on :
    ajab-Image
    Date: Jun 13, 2025    Views: 6401

    ନଡ଼ିଆ ପାଣି ଆମ ଶରୀର ପାଇଁ ହିତକାରକ। ନଡ଼ିଆ ପାଣିରେ ଖଣିଜ ଲବଣ ଭରପୂର ହୋଇଥାଏ। ନଡ଼ିଆ ପାଣି ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ। ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ। ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ୍ ହୋଇଥାଏ।   ଏହା ଆମ ଶରୀରର ମୋଟାପଣକୁ ବି ଦୂର କରିଥାଏ।  ନଡ଼ିଆ ପାଣି ପିଇବା ଦ୍ୱାରା ଆମକୁ ବାରମ୍ବାର ଭୋକ ହୋଇ ନ ଥାଏ। ବିଶେଷ କରି ସକାଳେ ନଡ଼ିଆ ପାଣି ପିଇଲେ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ।

    ନଡ଼ିଆ ପାଣି ପିଇଲେ ଗଳଗଣ୍ଡ ଭଳି ମାରାତ୍ମକ ରୋଗ ଭଲ କରିବାରେ ସହାୟକ ହୋଇଥାଏ।  ଆମ ଶରୀରରେ କିଡ୍‌ନୀକୁ ସୁସ୍ଥ ରଖେ ନଡ଼ିଆ ପାଣି। ନଡ଼ିଆ ପାଣି ପିଇଲେ ୟୁରିନ୍ ଇନଫେକ୍ସନ୍ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା କମ୍ ଥାଏ।

    କିଛି ଲୋକ ନଡ଼ିଆ ପାଣିରେ ଅଣ୍ଡା ଭିତରେ ଥିବା ଧଳାଅଂଶକୁ ମିଶାଇ ପିଇଥାନ୍ତି। କାରଣ ଅଣ୍ଡାର ଧଳାଅଂଶରେ ଅଧିକ ପ୍ରୋଟିନ୍ ଓ କ୍ୟାଲସିୟମ ଭରପୂର ହୋଇ ରହିଥାଏ। ନଡ଼ିଆ ପାଣିରେ ଖଣିଜ ଲବଣ ଥାଏ। ଏହାକୁ ମିଶାଇ ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ।  ନଡ଼ିଆ ପାଣି ଆମ ତ୍ୱଚା ମସୃଣ ଓ ଉଜ୍ଜଳ ରଖିଥାଏ।

    Maximum 500 characters

    ବିଶେଷ View all

    Find Us on Facebook