Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ୨୦୨୯ ନିର୍ବାଚନ ଲଢିବ କି କକ୍ରୋଚ୍ ଜନତା ପାର୍ଟି ?

    Share on :
    ajab-Image
    Date: May 21, 2026    Views: 2957

    ନୂଆଦିଲ୍ଲୀ: ଏବେ ଦେଶରେ ଗୋଟିଏ ଚର୍ଚ୍ଚା । କକ୍ରୋଚ୍‌, କକ୍ରୋଚ୍‌ କକ୍ରୋଚ୍‌ । କ'ଣ ଦେଶରେ ଏକ ବଡ଼ ରାଜନୈତିକ ଦଳ ଭାବେ ଉଭା ହେବ କି କକ୍ରୋଚ୍ ଜନତା ପାର୍ଟି ?  କଳ୍ପନା କରନ୍ତୁ, ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ, ଅଭିଜିତ୍ ବୋଷ୍ଟନରେ ଚାକିରି ପାଇଁ ଆବେଦନ କରୁଥିଲେ। ତା’ପରେ, ହଠାତ୍, ଭାରତର ମୁଖ୍ୟ ବିଚାରପତି ସୋସିଆଲ ମିଡିଆରେ ସକ୍ରିୟ ଯୁବ ଭାରତୀୟଙ୍କୁ "କକ୍ରୋଚ୍" ଏବଂ "ପରଜୀବୀ" ସହିତ ତୁଳନା କଲେ । ୩ ନି ଦିନ ପରେ, ଅଭିଜିତ୍ ଏକ ରାଜନୈତିକ ଦଳ ଗଠନ କଲେ। ମାତ୍ର ୪୮ ଘଣ୍ଟା ମଧ୍ୟରେ, ଏହାର ୫୫୦,୦୦୦ ଫଲୋର୍ସ ହୋଇଗଲେ। ଚତୁର୍ଥ ଦିନ ସୁଦ୍ଧା, ଅଭିଯାନଟି ଇନଷ୍ଟାଗ୍ରାମରେ ୩.୩ ନିୟୁତ ଅନୁସରଣକାରୀ ଏବଂ ୱେବସାଇଟରେ ଦୁଇ ଲକ୍ଷରୁ ଅଧିକ ସଦସ୍ୟ ପଞ୍ଜିକୃତ କରିଛି । ଯୁବ ସ୍ୱେଚ୍ଛାସେବକମାନେ କକ୍ରୋଚ୍ ମାସ୍କ ପିନ୍ଧି ଯମୁନା ସଫା କଲେ । ବିରୋଧୀ ସଂସାଦ ଏହି ଅଭିଯାନରେ ସାମିଲ ହେବାକୁ ଅନୁରୋଧ କଲେ । ​​​​​​​ଦଳର ୱେବ୍‌ସାଇଟ୍ ଅନୁସାରେ, ଅଭିଜିତ ଦିପ୍‌କେ ସିଜେପିର ପ୍ରତିଷ୍ଠାତା ।  ୩୦ ବର୍ଷୀୟ ଭାରତୀୟ ଛାତ୍ର ଅଭିଜିତ ଯିଏ ସମ୍ପ୍ରତି ବୋଷ୍ଟନ ବିଶ୍ୱବିଦ୍ୟାଳୟରୁ ଜନସମ୍ପର୍କ (PR)ରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସେ କହିଛନ୍ତି, "ଗୋଟିଏ ସପ୍ତାହ ପୂର୍ବରୁ ମୁଁ ଚାକିରି ପାଇଁ ଆବେଦନ କରୁଥିଲି, ଏବଂ ତାପରେ ଏସବୁ ଘଟିଲା । ତେଣୁ ଏବେ ମୁଁ ଜାଣିନାହିଁ । ହୁଏତ ଭାଗ୍ୟ ମୋ ପାଇଁ ଅନ୍ୟ କିଛି ରଖିଛି ।" ପ୍ରକୃତ କକ୍ରୋଚ୍ ବିଷୟରେ ପଚରାଯିବାରୁ ସେ କହିଛନ୍ତି ହଁ ମୁଁ କକ୍ରୋଚ୍ । ଭାରତର ପ୍ରଧାନ ବିଚାରପତି ମୋ ପରି ଯୁବକମାନଙ୍କ ବିଷୟରେ କହୁଥିଲେ ।
     ଦଳର ପ୍ରତିଷ୍ଠାତା ଅଭିଜିତ୍ କହିଛନ୍ତି, ଏ ବିଷୟରେ କିଛି କହିବା ଏବେ ଶୀଘ୍ର ହୋଇଯିବ । ଆନ୍ଦୋଳନ ଆରମ୍ଭ ହେବାର ମାତ୍ର ତିନି ଦିନ ହୋଇଛି । ଆମେ ଯୁବପିଢ଼ିଙ୍କ ସହ କଥା ହେବୁ ଏବଂ ପରବର୍ତ୍ତୀ ସମୟରେ ଆମେ କ’ଣ ପଦକ୍ଷେପ ନେବା ଉଚିତ୍ କଣ ନେବା ଉଚିତ୍ ନୁହେଁ ସେ ବିଷୟରେ ସେମାନଙ୍କ ମତାମତ ନେବୁ । ସେମାନଙ୍କର ସବୁଠାରୁ ବଡ଼ ଅଭିଯୋଗ ହେଉଛି ଯେ, ଦେଶର କୌଣସି ରାଜନୈତିକ ଦଳ ସେମାନଙ୍କ କଥା ଶୁଣନ୍ତି ନାହିଁ, ସେମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି । କିନ୍ତୁ ଏହି ଆନ୍ଦୋଳନର ଫଳସ୍ୱରୂପ, ପରିସ୍ଥିତି ବଦଳୁଛି, ଏପରିକି ପ୍ରତିଷ୍ଠିତ ଦଳଗୁଡ଼ିକ ମଧ୍ୟ ଆମ ଆନ୍ଦୋଳନ ଉପରେ ନଜର ରଖିବାକୁ ବାଧ୍ୟ ହେଉଛନ୍ତି। ଅନେକ ପ୍ରମୁଖ ନେତା ଆମକୁ ସମର୍ଥନ କରିବା ବିଷୟରେ କହୁଛନ୍ତି। କିନ୍ତୁ ଜେନେରାଲ୍-ଜିଙ୍କ ଯୁବପିଢ଼ି ସେମାନଙ୍କର ମନ ସ୍ଥିର କରିଛନ୍ତି । ସେମାନେ ମୋତେ ସବୁବେଳେ କହୁଛନ୍ତି, "ଅଭିଜିତ୍, ତୁମେ ଯାହା ଇଚ୍ଛା କର, କିନ୍ତୁ ଏହି ଆନ୍ଦୋଳନ କୌଣସି ପାରମ୍ପରିକ ରାଜନୈତିକ ଦଳ ଦ୍ୱାରା ଛାଇ ହେବା ଉଚିତ୍ ନୁହେଁ । ''
    ଆମେ ଆମର ସମ୍ପୂର୍ଣ୍ଣ ସ୍ୱାଧୀନ ଆନ୍ଦୋଳନ ଆରମ୍ଭ କରିବୁ । ଆମର ଲକ୍ଷ୍ୟ ହେଉଛି ଭାରତର ରାଜନୈତିକ ଆଲୋଚନାକୁ ପରିବର୍ତ୍ତନ କରିବା । ଗତ ୧୦-୧୨ ବର୍ଷ ଧରି ଏହି ଦେଶରେ ରାଜନୀତିର ସ୍ତର କଣ ରହିଛି ? ସେହି ହିନ୍ଦୁ-ମୁସଲିମ ପ୍ରସଙ୍ଗ ଯାହା ଚକ୍ରରେ ଘୂରି ବୁଲୁଛି। ଏସବୁ କେତେ ଦିନ ପର୍ଯ୍ୟନ୍ତ ଚାଲିବ? ଦେଶର ଯୁବପିଢ଼ି ଏଥିରୁ କ’ଣ ପାଉଛନ୍ତି? ଯଦି କେହି ଏଥିରୁ କୌଣସି ଲାଭ ପାଉଛନ୍ତି, ତେବେ ମୋତେ କୁହନ୍ତୁ । ବାସ୍ତବତା ହେଉଛି ଏଥିରୁ କିଛି ଲାଭ ହେଉନାହିଁ ଏବଂ ଦେଶର ସାଧାରଣ ଲୋକ ଏହା ବୁଝିପାରିଛନ୍ତି । ଗତ ଦୁଇ ବର୍ଷ ଧରି ମୁଁ ଆମେରିକାରେ ବସି ଦେଖୁଛି ଏବଂ ଏଠାକାର ଯୁବପିଢ଼ିଙ୍କ ମଧ୍ୟରେ ଆଲୋଚନାର ସ୍ତର କ’ଣ ଅଛି ।
      କକ୍ରୋଚ୍ ଜନତା ପାର୍ଟି ପାଉଣ୍ଡର ଅଭିଜିତ୍ ଦିପ୍‌କେ କହିଛନ୍ତି, ଆମେ ଏହି ସମସ୍ତ ବୈଷୟିକ ଏବଂ ରଣନୈତିକ ଦିଗଗୁଡ଼ିକ ଉପରେ କାମ କରୁଛୁ। ମୁଁ କେବଳ ଅନୁରୋଧ କରୁଛି, ଦୟାକରି ଆମକୁ କିଛି ସମୟ ଦିଅନ୍ତୁ। ଆମେ କୌଣସି ତରବରିଆ ପଦକ୍ଷେପ ନେବାକୁ ଚାହୁଁନାହୁଁ ଯାହା ଏହାକୁ କ୍ଷତି ପହଞ୍ଚାଇବ । ଆମେ ଯାହା ବି କରୁ, ଆମେ ଏକ ଦୃଢ଼ ରଣନୀତି ସହିତ ତାହା କରିବୁ । ମୁଁ ଜାଣେ ଲୋକମାନେ ମୋତେ ଆମର ପରବର୍ତ୍ତୀ ପଦକ୍ଷେପ ଏବଂ ରଣନୀତି ବିଷୟରେ ବାରମ୍ବାର ପଚାରୁଛନ୍ତି । ତିନି ଦିନ ପୂର୍ବରୁ, ଆମେ ନିଜେ ଜାଣି ନଥିଲୁ ଯେ ୨୦୦,୦୦୦ରୁ ଅଧିକ ପଞ୍ଜିକୃତ ଲୋକ ଆମ ସହିତ ଠିଆ ହେବେ । ଯଦି ଆମେ ଜାଣିଥାନ୍ତୁ, ତେବେ ଆମେ ଏକ ସମ୍ପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିଥାନ୍ତୁ । ପ୍ରାରମ୍ଭିକ ସମୟରେ ଅଛୁ ଆଣକୁ ଟିକେ ସମୟ ଦିଅନ୍ତୁ ।''ବାଂଲାଦେଶ, ଶ୍ରୀଲଙ୍କା ଏବଂ ନେପାଳ ପରେ ଏବେ ଭାରତ- ଗତ ବର୍ଷକ ମଧ୍ୟରେ, ଭାରତର ପଡ଼ୋଶୀରେ ଅନେକ ବଡ଼ "ଜେନ-ଜି" ଆନ୍ଦୋଳନ ହୋଇଛି । ବାଂଲାଦେଶ, ଶ୍ରୀଲଙ୍କା ଏବଂ ନେପାଳର ଯୁବକମାନେ ବିଦ୍ରୋହ ଏବଂ ବଡ଼ ପରିବର୍ତ୍ତନ ଆଣିଛନ୍ତି । ଭାରତର ଜେନ-ଜି କେଉଁଠି ?" ଅଭିଜିତ୍ କ'ଣ ଏହି ଆନ୍ଦୋଳନ ମାଧ୍ୟମରେ କହୁଛନ୍ତି, "ଭାରତର ଜେନ-ଜି ଏଠାରେ ଅଛନ୍ତି ? " ଅଭିଜିତ୍ ଗର୍ବର ସହିତ  କହିଛନ୍ତି, ଭାରତର ଜେନ-ଜି ସବୁବେଳେ ଏଠାରେ ଅଛନ୍ତି । ୩ ଦିନରେ ଆମେ ପାଇଥିବା ସମର୍ଥନ ଦେଖନ୍ତୁ । ଏ ହେଉଛି ଯୁବପିଢିର କ୍ରୋଧ ଏବଂ ହତାଶା ଯାହା ଏବେ ବାହାରକୁ ଆସୁଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook