ମୁଖ୍ୟ ଖବର
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ସାମନାକୁ ଆସିବା ସହ ଏଠାକାର ନୂଆ ମୁଖ୍ୟମନ୍ତ୍ରୀ ଚେହେରା ବି ସାମନାକୁ ଆସିଯାଇଛି । ଜମ୍ମୁ କଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ହେବେ । ବିଧାନସଭା ନିର୍ବାଚନରେ ଏନସି ମେଣ୍ଟର ବିଜୟ ପରେ ଓମର ଅବଦୁଲ୍ଲାଙ୍କ ନାମ ମୁଖ୍ୟମନ୍ତ୍ରୀଭାବେ ଘୋଷଣା ହୋଇଛି । ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା ଶ୍ରୀନଗରରେ ଏହି ଘୋଷଣା କରିଛନ୍ତି ।ଜମ୍ମୁ କଶ୍ମୀରରେ ଏନସି ମେଣ୍ଟ ଖାତାକୁ ୫୨ ଆସନ ଯାଇଥିବାବେଳେ ବିଜେପି ଖାତାକୁ ମାତ୍ର ୨୭ ଆସନ ଯାଇଛି । ସେହିପରି ପିଡିପି ଖାତାକୁ ୨ଟି ଆସନ ଯାଇଥିବାବେଳେ ଅନ୍ୟ ଦଳ ୯ଟି ଆସନ ଜିତିଛନ୍ତି ।ତେବେ ନିର୍ବାଚନ ଫଳାଫଳ ସ୍ପଷ୍ଟ ହେବା ପରେ ଶ୍ରୀନଗରରେ ଏନସିର ମୁଖ୍ୟ ଫାରୁକ୍ ଅବଦୁଲ୍ଲା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୧୦ବର୍ଷ ପରେ ଲୋକଙ୍କ ମତ ସ୍ପଷ୍ଟ ହୋଇଛି। ଏଠାରେ ଘୃଣାର ବାତାବରଣ ଦୂର କରି ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଭାଇଚାରା ପ୍ରତିଷ୍ଠା କରିବା ଲାଗି ମେଣ୍ଟ ସରକାର ଉଦ୍ୟମ କରିବେ ବୋଲି ଫାରୁକ କହିଛନ୍ତି। ଜାମ୍ମୁ-କଶ୍ମୀର ଲୋକଙ୍କ ମତ ଆମ ପ୍ରତି ପୂର୍ବରୁ ଥିଲା ଏବଂ ଏବେ ଏହା ଅଧିକ ସ୍ପଷ୍ଟ ହୋଇଛି ବୋଲି ଫାରୁକ ମତ ଦେଇଛନ୍ତି।
Comments ସମସ୍ତ ମତାମତ