Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

    Share on :
    ajab-Image
    Date: Jul 21, 2026    Views: 3124

    ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ଗତ କିଛିଦିନ ଧରି ଭୁବନେଶ୍ୱରରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଖୋଲିବ। ଆସନ୍ତା ୨୭ ତାରିଖ (ସୋମବାର) ସକାଳ ୮ଟାରେ ଜନ ଅଭିଯୋଗ ଶୁଣାଣି ହେବ । ଉକ୍ତ ଅଭିଯୋଗ ଶୁଣାଣି ପାଇଁ ଆସନ୍ତା ୨୨ ତାରିଖ (ବୁଧବାର) ସକାଳ ୧୧ଟାରେ ଅନଲାଇନ୍‌ ପଞ୍ଜୀକରଣ ଆରମ୍ଭ ହେବ ।

    ଅଭିଯୋଗକାରୀମାନେ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ପାଇଁ ନାମ, ଠିକଣା ପଞ୍ଜୀକରଣ କରିବେ । ସେହିପରି ଅଭିଯୋଗ ପ୍ରକୋଷ୍ଠକୁ ଆସିବା ବେଳେ ପଞ୍ଜିକୃତ ପ୍ରାପ୍ତିସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟପତ୍ର, ଅଭିଯୋଗ ପତ୍ର ସହ ଆସିବାକୁ ଅଭିଯୋଗକାରୀଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook