ମୁଖ୍ୟ ଖବର
ପୁରୀ: ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀର ଦ୍ବିତୀୟ ଦିନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମ୍ମିଳନୀକୁ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ବ୍ରିକ୍ସ 'ଡିଜାଷ୍ଟର୍ ରିଡକ୍ସନ୍ ୱାର୍କିଂ ଗ୍ରୁପ'ର ଦ୍ବିତୀୟ ବୈଷୟିକ ସମ୍ମିଳନୀରେ ୧୧ଟି ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି । ଆଜିର ବୈଠକରେ ବିଶ୍ବ ବିପର୍ୟ୍ୟୟ ପରିଚାଳନା ଓ ପ୍ରତିହତ ନେଇ ମାନସମନ୍ଥନ ହୋଇଛି । ଏହାସହିତ ବୈଠକରେ ବାତ୍ୟା ପରିଚାଳନା, ପୂର୍ବ ସତର୍କତା, ସ୍ଥାନାନ୍ତରଣ କାର୍ୟ୍ୟ, ଗୋଷ୍ଠୀ ଭିତ୍ତିକ ସ୍ତରରେ କାର୍ୟ୍ୟକ୍ରମମାନ ବିପର୍ୟ୍ୟୟ ପ୍ରଶମନ କ୍ଷେତ୍ରରେ ରାଜ୍ୟର ବିଶ୍ବସ୍ତରରେ ସଫଳତା ବିଷୟରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ବ୍ରିକ୍ସ ଦେଶ ଆଗରେ ଓଡ଼ିଶାର ବାତ୍ୟା ମୁକାବିଲାର ସଫଳତା ସୂତ୍ର ରଖିଛନ୍ତି ମଖ୍ୟମନ୍ତ୍ରୀ ମୋହନ ମାଝୀ ।
Comments ସମସ୍ତ ମତାମତ