Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଦୁର୍ଗାପୁର ପୀଡିତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Oct 14, 2025    Views: 2578

    ଭୁବନେଶ୍ବର: ଦୁର୍ଗାପୁରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଛାତ୍ରୀଙ୍କ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି(ସୋମବାର) ବିଳମ୍ବିତ ସନ୍ଧ୍ୟାରେ ପଶ୍ଚିମବଙ୍ଗର ଦୁର୍ଗାପୁରର ପୀଡିତା ଓଡ଼ିଆ ଝିଅଙ୍କ ସହିତ କଥା ହୋଇଛନ୍ତି । ପୀଡ଼ିତାଙ୍କ ସୁସ୍ଥତା କାମନା କରିବା ସହିତ ତାଙ୍କ ଶିକ୍ଷାର ସୁବନ୍ଦୋବସ୍ତ ଏବଂ ଦୋଷୀକୁ ତୁରନ୍ତ ଦଣ୍ଡ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଟେଲିଫୋନ ଯୋଗେ ପୀଡିତାଙ୍କ ମା' ଏବଂ ମହିଳା କମିଶନ ଅଧ୍ୟକ୍ଷାଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ଦୁର୍ଗାପୁରରେ ଗଣଦୁଷ୍କର୍ମର ପୀଡିତା ଓଡ଼ିଆ ଝିଅଙ୍କ ସହିତ କଥା ହୋଇଛନ୍ତି । ପ୍ରାୟ ୧୦ ମିନିଟ ଧରି ମୁଖ୍ୟମନ୍ତ୍ରୀ ପୀଡିତା ଡାକ୍ତର ଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ପୀଡିତା ଓଡ଼ିଆ ଝିଅଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଛନ୍ତି । ଧୀରେ ଧୀରେ ସ୍ୱାସ୍ଥ୍ୟର ଉନ୍ନତି ହେଉଥିବା ପୀଡିତା ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି । ଧର୍ୟ୍ୟ ଧରିବା ଲାଗି ମୁଖ୍ୟମନ୍ତ୍ରୀ ପୀଡିତାଙ୍କୁ ପରାମର୍ଶ ଦେଇଛନ୍ତି । ଅସୀମ ସାହାସର ସହ ପୁଣି ଥରେ ସାମ୍ନାକୁ ଆସିବାକୁ କହି ପୀଡିତାଙ୍କର ମନୋବଳ ବଢ଼ାଇଛନ୍ତି । ଓଡ଼ିଶା ସରକାର ସମସ୍ତ ବ୍ୟବସ୍ଥା କରିବେ ବୋଲି ମୁଖ୍ୟମନ୍ତ୍ରୀ ପୀଡିତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ ପୀଡିତାଙ୍କ ସହ କଥା ହୋଇ ତାଙ୍କ ମନୋବଳ ବଢାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ବଢି ପାଠ ପଢିବାକୁ ପଡିବ । ସେଥିପାଇଁ ଓଡିଶା ସରକାର ବିକଳ୍ପ ବ୍ୟବସ୍ଥା କରିବେ । ସୁରକ୍ଷିତ ଭାବେ କିଭଳି ଆଗକୁ ପୀଡିତା ପାଠ ପଢିବେ ସରକାର ବିଚାର ବିମର୍ଷ କରୁଛନ୍ତି । ଯଦି ସୁବିଧା ହେବ ତେବେ ପୀଡିତାଙ୍କର ଭୁବନେଶ୍ୱରରେ ପାଠ ପଢିବା ଲାଗି ସରକାର ପଦକ୍ଷେପ ନେବେ ।ସେହିପରି ମୁଖ୍ୟମନ୍ତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଝିଅର ମା'ଙ୍କ ସହିତ କଥା ହୋଇଛନ୍ତି । ମା' ମଧ୍ୟ ଝିଅର ପାଠ ପଢିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିନ୍ତା ପ୍ରକଟ କରିଛନ୍ତି । ଯେହେତୁ ପୀଡିତା ବେସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢୁଛନ୍ତି, ତେଣୁ ସେ ବାବଦରେ ଅଧିକାରୀଙ୍କ ସହିତ ଆଲୋଚନା ଚାଲିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଝିଅ ଓ ତାଙ୍କ ମା'ଙ୍କୁ କହିଛନ୍ତି, 'ଚିନ୍ତା କରନାହିଁ, ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବେ ତୁମ ସହିତ ଅଛନ୍ତି ।' ଝିଅ ଯେପରି ଶୀଘ୍ର ସୁସ୍ଥ ହେବ ଏବଂ ସାମାନ୍ୟ ଜୀବନ ଯାପନ କରି ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବ, ସେଥିପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ଏଥିପାଇଁ ନିୟମ ଅନୁଯାୟୀ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏ କ୍ଷେତ୍ରରେ ଅପରାଧୀ ମାନେ ଯେପରି ଶୀଘ୍ର ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବେ, ସେଥିପାଇଁ ଓଡ଼ିଶା ସରକାର ତାଙ୍କର ଉଦ୍ୟମ ଜାରି ରଖିଛନ୍ତି ବୋଲି ମୋହନ କହିଛନ୍ତି । ପଶ୍ଚିମବଙ୍ଗରେ ଉପସ୍ଥିତ ଓଡ଼ିଶା ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

     

    Maximum 500 characters

    ରାଜନୀତି View all

    Find Us on Facebook